ଦେଖନ୍ତୁ ଭିଡିଓ ; ଋଷିକେଶ ଷ୍ଟେସନ ପ୍ଲାଟଫର୍ମରେ ଚାଲୁଥିଲା ବିଷଧର ସାପ,ଭୟଭୀତ ହେଲେ ଯାତ୍ରୀ.. 

ଡେରାଡୁନ୍‌ : ଉତ୍ତରାଖଣ୍ଡର ଋଷିକେଶ ଷ୍ଟେସନରେ ହଠାତ୍‌ ଏକ ବିଷଧର ସାପ ବାହାରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀଙ୍କୁ ୧ ନମ୍ବର ପ୍ଲାଟଫର୍ମରେ ଏକ ବିଷାକ୍ତ ସାପ ଖୁବ୍‌ ଦ୍ରୁତ ଗତିରେ ଚଟାଣରେ ଯାଉଥିବା ଦେଖାଯାଇଥିଲା । ଯାତ୍ରୀଙ୍କ ନଜର ସାପ ଉପରେ ପଡିବା ମାତ୍ରେ ଲୋକେ ଭୟରେ ଦୌଡିବାକୁ ଲାଗିଲେ । ଷ୍ଟେସନରେ ସାପ ବାହାରିବା ନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।

ସାପ ଷ୍ଟେସନରେ ଧରା ପଡିବା ପର୍ଯ୍ୟନ୍ତ ଲୋକେ ଭୟଭୀତ ହୋଇ ରହିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଏକ ବଡ ବିଷଧର ସାପ ଷ୍ଟେସନର ପ୍ଲାର୍ଟଫର୍ମରେ ଚାଲୁଥିବା ଦେଖାଯାଇଥିଲା । ସେହି ସମୟରେ ଲୋକେ ସାପର ଭିଡିଓ ରେକର୍ଡ କରିଥିଲେ।

ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍‌ ବାହାରିଲା ସାପ, ଦେଖନ୍ତୁ ଭିଡିଓ..

Comments are closed.