ଭୁବନେଶ୍ୱର: ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଭୁବନେଶ୍ୱରରେ ତାହାର ସଦ୍ୟତମ ଆମ୍ୟୁଜମେଣ୍ଟ ପାର୍କର ଭବ୍ୟ ଉଦ୍ଘାଟନ କରି ଏକ ଯୁଗାନ୍ତକାରୀ ମୁହୂର୍ତ୍ତକୁ ପାଳନ କରିଛି । ଏହା ୱଣ୍ଡେର୍ଲାର ଜାତୀୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହୋଇଛି, ଯାହା ଆମ୍ୟୁଜମେଣ୍ଟ ଓ ମନୋରଞ୍ଜନ ଶିଳ୍ପରେ ନିଜର ସ୍ଥିତିକୁ ପୁନଃ ସୁଦୃଢ କରୁଛି । ପାର୍କକୁପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଏକ ଉତ୍ସବରେ ଉଦ୍ଘାଟନ କରିଥିଲେ ଏବଂ ଉତ୍ସବରେ ସମର୍ଥ ବର୍ମା, ଆଇଏଏସ୍, ଡାଇରେକ୍ଟର ଟୁରିଜମ୍, କମ୍ପାନୀର ଏମ୍ଡି ଅରୁନ୍ କେ ଚିଟ୍ଟିଲାପିଲେ, ପ୍ରେସିଡେଣ୍ଟ ଶିବଦାସ ଏମ୍, ସିଓଓ ଧୀରେନ ଚୌଧୁରୀ ଏବଂ ପାର୍କ ହେଡ୍-ଭୁବନେଶ୍ୱର କଳ୍ପତରୁ ନାୟକଙ୍କ ସମେତ କାର୍ଯ୍ୟନିର୍ବାହୀଗଣ ଯୋଗ ଦେଇଥିଲେ ।
ଓଡ଼ିଶାକୁ ପ୍ରବେଶ କରିବାରେ ପ୍ରଥମ ପ୍ରମୁଖ ଆମ୍ୟୁଜମେଣ୍ଟ ପାର୍କ ଭାବରେ ୱଣ୍ଡେର୍ଲା ଭୁବନେଶ୍ୱର ରାଜ୍ୟରେ ଆମୋଦ ପ୍ରମୋଦ ଓ ଅବସର ବିନୋଦନ ପାଇଁ ଏକ ନୂଆ ମାନକ ସ୍ଥାପନ କରୁଛି । ଏହି ପାର୍କର ଉଦ୍ଘାଟନ ସମଗ୍ର ଭାରତରେ ପର୍ଯ୍ୟଟନ ଏବଂ ଆମୋଦ ପ୍ରମୋଦ ଅନୁଭୂତିକୁ ପରିବର୍ଦ୍ଧିତ କରିବା ନିମନ୍ତେ ୱଣ୍ଡେର୍ଲାର ପରିବ୍ୟାପ୍ତ ଆଭିମୁଖ୍ୟରେ ଏକ ରଣ କୌଶଳାତ୍ମକ ପଦକ୍ଷେପ ହୋଇଛି । ଏହି ନୂତନ ପାର୍କ ଉଭୟ ସ୍ଥାନୀୟ ଓ ଜାତୀୟ ପର୍ଯ୍ୟଟକଙ୍କ ନିମନ୍ତେ ଏକ ଲକ୍ଷ୍ୟସ୍ଥଳ ଭାବରେ ସେବା ଯୋଗାଇବ ଏବଂ ବିଶ୍ୱ ଶ୍ରେଣୀର ରାଇଡ ଓ ଆକର୍ଷଣ ଉପଲବ୍ଧ କରାଇବ ଯାହା ଓଡ଼ିଶାର ସ୍ଥିତିକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପ୍ରୋତ୍ସାହିତ କରିବାକୁ ଯାଉଛି ।
ମେ ମାସରେ ତାହାର ପ୍ରତୀକାତ୍ମକ ଶୁଭାରମ୍ଭ ଦିନ ଠାରୁ ୱଣ୍ଡେର୍ଲା ଭୁବନେଶ୍ୱର ୪୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଅର୍ଥନୀତି ପାଇଁ ଉଲ୍ଲେଖନୀୟ ଅବଦାନ ରଖୁଛି । ପାର୍କ ମଧ୍ୟ ପ୍ରଭାବୀ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଛି, ଯେଉଁଥିରେ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ ଏବଂ ରେଡକ୍ରସ ସୋସାଇଟି ସହଯୋଗରେ ରକ୍ତଦାନ ଶିବିାର ଆୟୋଜନ ଆଦି ଅନ୍ତର୍ଭୁକ୍ତ ଏବଂ ଏହା ଆଞ୍ଚଳିକ ବିକାଶ ପ୍ରତି ୱଣ୍ଡେର୍ଲାର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ।
ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ ଓଡ଼ିଶା କହିଥିଲେ, “ଓଡ଼ିଶାରେ ପ୍ରଥମ ଓ ସର୍ବବୃହତ୍ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲାକୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି । ଏହି ପାର୍କ ଯୁବବର୍ଗଙ୍କ ମନକୁ ପ୍ରେରଣା ଦେବା ସହିତ ରାଜ୍ୟର ମନୋରଞ୍ଜନ କ୍ଷେତ୍ରରେ ବୃଦ୍ଧି ଘଟାଇବ ଏବଂ ପର୍ଯ୍ୟଟନ ଅଭିବୃଦ୍ଧିରେ ଅବଦାନ ରଖିବ । ବିଶ୍ୱ ଶ୍ରେଣୀର ରାଇଡ୍ ଏବଂ ସର୍ବୋଚ୍ଚ ନିରାପତ୍ତା ମାନକ ଅନୁପାଳନ ସହିତ ୱଣ୍ଡେର୍ଲା ପରିବାର ଓ ପରିଦର୍ଶକଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଯୋଗାଇ ଦେଉଛି । ଏଥିସହିତ ଏହା ପିଲାମାନଙ୍କ ନିମନ୍ତେ ମୋବାଇଲ ପରଦାରୁ ନଜର ହଟାଇ ଉଭୟ ଶାରୀରିକ ଏବଂ ମାନସିକ ବିକାଶକୁ ପ୍ରୋତ୍ସାହିତ କରୁଥିବା ଆଉଟଡୋର କାର୍ଯ୍ୟକଳାପରେ ନିୟୋଜିତ ରହିବାକୁ ସୁଯୋଗ ଦେଉଛି । ଏଭଳି ପରିବେଶକୁ ପ୍ରୋତ୍ସାହିତ କରି ୱଣ୍ଡେର୍ଲା ଜୀବନଗୁଡିକୁ ସମୃଦ୍ଧ କରିବା ଏବଂ ଓଡ଼ିଶାର ଯୁବବର୍ଗଙ୍କର ସାମଗ୍ରିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।”
ଅରୁଣ କେ ଚିଟ୍ଟିଲାପିଲେ, ଏମ୍ଡି, ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ କହିଛନ୍ତି, “ଆମେ ଓଡ଼ିଶା ସରକାରଙ୍କ ସମର୍ଥନରେ ସମଗ୍ର ଭାରତରେ ଆମର ଉପସ୍ଥିତି ସମ୍ପ୍ରସାରିତ କରୁଥିବାବେଳେ ୱଣ୍ଡେର୍ଲା ଭୁବନେଶ୍ୱରର ଭବ୍ୟ ଉଦ୍ଘାଟନ ଆମ ପାଇଁ ଏକ ଗୈାରବର ମୁହୂର୍ତ୍ତ ହୋଇଛି । ସେମାନଙ୍କର ଉତ୍ସାହ ଏବଂ ସହଯୋଗୀତା ଏହି ପ୍ରକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ଏବଂ ରାଜ୍ୟରେ ପର୍ଯ୍ୟଟନ ଓ ଆମୋଦ ପ୍ରମୋଦକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଦୂରଦୃଷ୍ଟିକୁ ନେଇ ଆମେ କୃତଜ୍ଞ ମନେ କରୁଛୁ । ରାଜ୍ୟର ସୁସଂହତ ପର୍ଯ୍ୟଟନ ପରିବ୍ୟବସ୍ଥା କ୍ଷେତ୍ରରେ ଅବଦାନ ରଖିବା ଏବଂ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ଯୋଗାଇଦେବା ନିମନ୍ତେ ୱଣ୍ଡେର୍ଲା ଭୁବନେଶ୍ୱରକୁ ଆମେ ଏକ ଅଗ୍ରଣୀ ଲକ୍ଷ୍ୟସ୍ଥଳ ଭାବରେ ଉପସ୍ଥାପନ କରୁଥିବାବେଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ପାଇ ଆମେ ନିଜକୁ ଗୌରବାନ୍ୱିତ ମନେକରୁଛୁ ।”
ଓଡ଼ିଶାକୁ ଏହାର ପ୍ରବେଶ ସହିତ ୱଣ୍ଡେର୍ଲା ସମଗ୍ର ଭାରତରେ ନିଜର ଉପସ୍ଥିତି ସୁଦୃଢ କରିବା ପ୍ରୟାସ ଜାରି ରଖିଛି ଏବଂ ରାଷ୍ଟ୍ରର ଦ୍ରୁତ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ ଓ ଆମୋଦ ପ୍ରମୋଦ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା ଭାବରେ ନିଜର ମାନ୍ୟତାକୁ ଅଧିକ ମଜଭୁତ କରୁଛି ।



