www.samajalive.in
Saturday, December 6, 2025
26.1 C
Bhubaneswar

ସବୁଦିନ ୧୦୦ ଥର ଫୋନ୍‌ କଲେ ବୋଲି ; ସ୍ୱାମୀଙ୍କୁ ଥାନାରେ ଭର୍ତ୍ତି କଲା ସ୍ତ୍ରୀ

ନୂଆଦିଲ୍ଲୀ : ନିଜ ଜୀବନସାଥୀଙ୍କୁ ଅଣଦେଖା କରିବା ଭୁଲ୍‌ । କାରଣ ଏହାଦ୍ୱାରା ସମ୍ପର୍କ ଉପରେ କୁପ୍ରଭାବ ପଡିଥାଏ । ମାତ୍ର ଆବଶ୍ୟକତା ଠାରୁ ଅଧିକ ଯତ୍ନନେବା ବେଳେ ବେଳେ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ହିଁ ଏକ ଘଟଣା ଜାପାନରୁ ଆସିଥିବା ଜଣାପଡିଛି । ଜାପାନର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦିନ ମଧ୍ୟରେ ପ୍ରାୟ ୧୦୦ ଥର ଫୋନ୍‌ କରିଛନ୍ତି ।
କେବଳ ଏତିିକି ନୁହେଁ,ମହିଳା ଜଣକ ଫୋନ୍‌ କଲ୍‌ର ଜବାବ ନଦେବାରୁ ବ୍ୟକ୍ତି ଜଣକ ନିଜ ପତ୍ନୀକୁ ଅଜଣା ନମ୍ବରରୁ କଲ୍‌ କରୁଥିଲେ । ବାରମ୍ବାର ଫୋନ୍‌ କରିବାକୁ ମହିଳା ଜଣକ ବିରକ୍ତ ହୋଇ ଯାଇଥିଲେ ।

ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ରିପୋର୍ଟ ଅନୁସାରେ ଜାପାନର ଏକ ୩୮ ବର୍ଷୀୟ ବ୍ୟକ୍ତି ଦୈନିକ ନିଜ ପତ୍ନୀଙ୍କୁ ପ୍ରାୟ ୧୦୦ ଥର ଫୋନ୍‌ କରୁଥିଲେ। ମହିଳା ଜଣକ ଫୋନ୍‌ ଉଠାଇବା ମାତ୍ର ସେ ଫୋନ୍‌ କାଟି ଦେଉଥିଲେ । ଅଜଣା ନମ୍ବରରୁ କଲ୍‌ ଆସୁଥିବାରୁ ମହିଳା ଜଣକ ଜାଣି ପାରିନଥିଲେ ତାଙ୍କ ସ୍ୱାମୀ ବୋଲି । ଅନେକ ସପ୍ତାହ ପର୍ଯ୍ୟନ୍ତ ଏପରି ହୋଇଥିଲା । ଏହାପରେ ମହିଳା ଜଣକ ଜାଣିଥିଲେ ଏପରି କାମ ତାଙ୍କ ସ୍ୱାମୀ କରୁଛନ୍ତି ।

ତିରୁପତି ତିରୁମାଳା ମନ୍ଦିର ଭୋଗ ଲଡୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ

ଏହାପରେ ୩୧ ବର୍ଷୀୟ ମହିଳା ଜଣକ ପୁଲିସ ନିକଟରେ ଫୋନ୍‌ କଲ୍‌ ନେଇ ଅଭିଯୋଗ କରିଥିଲେ । ନିଜ ପତିଙ୍କୁ ସନ୍ଦେହ କରୁଥିବା ମଧ୍ୟ ପୁଲିସ ଆଗରେ କହିଥିଲେ । ପୁଲିସ ତଦନ୍ତ ଆରମ୍ଭ କରି ଘଟଣାର ସତ୍ୟ ଜାଣି ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା । ଏଭଳି କରିବାର କାରଣ କ’ଣ ତାଙ୍କୁ ପଚରାଯିବା ପରେ ସେ କହିଥିଲେ, ନିଜ ପତ୍ନୀକୁ ଅତ୍ୟଧିକ ପ୍ରେମ କରୁଥିଲେ, ତେଣୁ ଏଭଳି କରିଥିଲେ । ପୁଲିସ ଏଥିରେ ଆଶ୍ଚର୍ଯ୍ୟ ହେବା ସହ ଏଠାକାର ଏହା ପ୍ରଥମ ଘଟଣା ବୋଲି କହିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories