ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ଗାଲେରୀ ଗାଁର ବାବୁ ତ୍ରିପାଠୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି। ଖବର ମୁତାବକ, ଅଧିକ ବିଲ୍ ଆସିବାରୁ ଘର ମାଲିକ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବିଦ୍ୟୁତ କର୍ମଚାରୀଙ୍କର ବେକକୁ କାଟି ଦେଇଥିଲେ। ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



