ଭଦ୍ରକ ମଦ ମୃତ୍ୟୁ ପ୍ରସଙ୍ଗ; ଜିଲାପାଳ ଓ ଏସପିଙ୍କୁ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

0

କଟକ : ଭଦ୍ରକ ଜିଲାରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ କରି ୪ ସପ୍ତାହ ମଧ୍ୟରେ ଉକ୍ତ ଘଟଣା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଭଦ୍ରକ ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ୨୦୧୯, ଏପ୍ରିଲ୍ ୨୯ରେ ବିଷାକ୍ତ ମଦ୍ୟ ପାନ କରି ତିହିଡି ଥାନା ଅନ୍ତର୍ଗତ ପୀରହାଟ ଅଞ୍ଚଳରେ ୫ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ଏହି ମଦ ବଣ୍ଟା ଯାଇଥିବା ଅଭିଯୋଗ ହୋଇଥିଲା। ତେବେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନଙ୍କୁ ଦାୟୀ କରି କମିସନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ରାଜ୍ୟରେ ବିଷାକ୍ତ ମଦର ଉତ୍ପାଦନ ଓ ବିକ୍ରିକୁ ବନ୍ଦ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଦର୍ଶାଇଥିଲେ। ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଲ୍ଲେଖ କରିଥିଲେ। ମାନବାଧିକାର କମିସନ ଏହି ଘଟଣାର ବିଚାର କରି ଜିଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ କଣକଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି; ସେ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati
Leave A Reply