www.samajalive.in
Tuesday, November 18, 2025
27.1 C
Bhubaneswar

ବିବାଦୀୟ ପୋଷ୍ଟକୁ ନେଇ ଗଣ୍ଡଗୋଳ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ,ଡିଆଇଜିଙ୍କ ସହ ଭଦ୍ରକ ପୁଲିସର ଫ୍ଲାଗମାର୍ଚ୍ଚ

ଭଦ୍ରକ : ଭଦ୍ରକରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣା। ଶାନ୍ତି ବଜାୟ ରଖିବାକୁ ଜିଲ୍ଲାରେ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଶନିବାର ବିଳମ୍ବିତ ରାତିରେ ଡିଆଜି ସତ୍ୟଜିତ୍ ନାୟକଙ୍କ ସହ ଭଦ୍ରକ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି। ଭଦ୍ରକ ଏସପି, ଜିଲ୍ଲାପାଳ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ରାତି ପର୍ଯ୍ୟନ୍ତ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ପାଇଁ ସ୍ଥିର ହୋଇଛି। ଜିଲ୍ଲାରେ ଏବେବି ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି। ଆସନ୍ତା ୪୮ ଘଣ୍ଟା ଧରି ଇଣ୍ଟରନେଟ୍ କଟକଣା ଲାଗିଛି। ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି। ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ତେବେ ଅଶାନ୍ତି କରିବା ସହ ପୁଲିସକୁ ଆକ୍ରମଣ କରିବା ଏବଂ ମାଜିଷ୍ଟ୍ରେଟଙ୍କ ଗାଡି ଭାଙ୍ଗିବା ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରାଯାଇଛି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories