ଭୁବନେଶ୍ଵର: ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଓମଫେଡ୍ ଛକ ନିକଟରେ ଚେକିଂ ବେଳେ ଏକ କାର୍ରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଦିବ୍ୟଜ୍ୟୋତି ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି। ତେବେ କାରରେ ଏତେ ଟଙ୍କା କେଉଁଠୁ ଆସିଲା , ସେ ନେଇ ଖୋଳତାଡ ଜାରି ରହିଛି। ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇଥିବା ପୁଲିସ୍ କହିଛି। ପୁଲିସ୍ ବ୍ୟାରିକେଟକୁ ପିଟି ଗାଡିଟି ଭାଙ୍ଗିରୁଜି ଯାଇଛି। ତେବେ ଗାଡିଟିକୁ ଜବତ କରି ଥାନାକୁ ନିଆଯାଇଥିବା ପୁଲିସ୍ କମିଶନର ସୂଚନା ଦେଇଛନ୍ତି।
Popular Categories



