www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରିଜ୍ ତଳକୁ ଖସିଲା ଦୁଇଟି ଟ୍ରକ୍: ୩ ଗୁରୁତର

ଭଦ୍ରକ: ବ୍ରିଜ୍ ଉପରୁ ତଳକୁ ଖସିଲା ଟ୍ରକ୍। ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନରକୁ ପଛରୁ ଟ୍ରକ୍ ଧକ୍କା ଦେବା ଫଳରେ ଏଭଳି ଅଘଟଣ ଘଟିଛି। ଉଭୟ ଟ୍ରକର ଡ୍ରାଇଭର ସହ ଜଣେ ହେଲପର ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍ ଉପରେ ଏକ ବିଦ୍ୟୁତ୍ ସାମଗ୍ରୀ ଓ ଏକ ବଡ ଡିଜି ସେଟ୍ ଭର୍ତ୍ତି ହୋଇ କଣ୍ଟେନରଟି ଛିଡା ହୋଇଥିଲା। ଏତିକିବେଳେ ଏକ ବାଲି ବୋଝେଇ ଟ୍ରକ ପଛରୁ କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଟି ଟ୍ରକ ବ୍ରିଜ୍ ତଳକୁ ଖସି ପଡିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories