ଭୁବନେଶ୍ଵର: ଆଜି ମହାଶିବରାତ୍ରି। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ଓଁ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଜାଗର ପାଇଁ ଆଜି ରାଜ୍ୟର ସମସ୍ତ ଶିବ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇଉଠିଛି। ବାବାଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଛି। ଉତ୍ସବମୁଖର ହୋଇଉଠିଛି ଏକାମ୍ର କ୍ଷେତ୍ର। ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ। ଲିଙ୍ଗରାଜ ମନ୍ଦିରରେ ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ସାମଗମ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଭିଡ ନିୟନ୍ତ୍ରଣ ଏବଂ ସୁରକ୍ଷା ଦୃଷ୍ଟିରୁ ଲିଙ୍ଗରାଜ ମନ୍ଦିରରେ ୧୦୦ ଜଣ ପୁଲିସ୍ ଅଧିକାରୀ ସହ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟପଟେ ପୁରୀରେ ବାବା ଲୋକନାଥଙ୍କ ପୀଠ , ଆଠଗଡର ବାବା ଧବଳେଶ୍ଵର , କପିଳାସର ଶିବ ମନ୍ଦିରରେ ଉତ୍ସବ ମୁଖର ପରିବେଶ ରହିଛି। ସବୁଠି ଜାଗର ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏଥର ଦୁଇ ଦିନ ଧରି ପାଳନ ହେବ ଆରଡି ଧାମର ଅଧିଶ୍ଵର ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା।
ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
Popular Categories



