www.samajalive.in
Saturday, December 6, 2025
26.1 C
Bhubaneswar

ଭରତପୁର ଥାନା ଘଟଣା: ପୁଣି ବଢ଼ିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳକୁ ପୁଣି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଷ୍ଟିସ ଶ୍ରୀ ଦାସଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଜାନୁଆରୀ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ଉଭୟ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ଗ୍ରହଣ ପ୍ରକ୍ରିୟା ସରିଛି। ପରେ ସେନା ଅଧିକାରୀ, ବାନ୍ଦବୀ ଓ ତାଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିବା ସମ୍ପର୍କୀୟଙ୍କୁ ନିଲମ୍ବିତ ପୁଲିସ ଅଧିକାରୀଙ୍କ ପକ୍ଷ ଓକିଲ ଜେରା କରି ସାରିଛନ୍ତି। ପ୍ରଥମେ ୨୦୨୪ ନଭେମ୍ବର ୨୨ ପର୍ଯ୍ୟନ୍ତ କାର୍ଯ୍ୟକାଳ ସ୍ଥିର ହୋଇଥିଲା। ପରେ ପ୍ରାୟ ୬୯ ଦିନ ବୃଦ୍ଧି କରାଯାଇଥିଲା। ଭରତପୁର ଥାନା ଏବଂ ପଥରଗାଡ଼ିଆ ଛକରେ ତଦନ୍ତ କମିଶନ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଉଭୟ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ କମିସନ ତର୍ଜମା କରିବା ପରେ ଜେରା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ସେପ୍ଟେମ୍ବର ୧୫ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍‌ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାରେ ପହଞ୍ଚି ଥିଲେ। ଏହି ସମୟରେ ଥାନା ଅଧିକାରୀ ନଥିବା ବେଳେ ଉପସ୍ଥିତ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories