ପୁନଃ ନିଯୁକ୍ତି ଓ ବକେୟା ଦରମା ଦାବିରେ କର୍ମଚାରୀଙ୍କ ଧାରଣା

ବାସୁଦେବପୁର : ବାସୁଦେବପୁର ସ୍ଥିତ ଚାନ୍ଦୀମାଳ ଜବାହର ନବଦୋୟ ବିଦ୍ୟାଳୟର ଫାଟକ ସମ୍ମୁଖରେ ବିଦ୍ୟାଳୟର କର୍ମଚାରୀ ମହେଶ୍ୱର ଜେନା ପୁନଃ ନିଯୁକ୍ତି ଓ ବକେୟା ଦରମା ଦାବି କରି ସୋମବାର ଧାରଣା ଦେଇଛନ୍ତି। ମହେଶ୍ୱରଙ୍କ ଏହି ଧାରଣାକୁ ବାସୁଦେବପୁର ଚାଷୀମୂଲିଆ ସଂଘ ବ୍ଲକ କମିଟି ସମର୍ଥନ ଜଣାଇଛି। ସଂଘ ପକ୍ଷରୁ ଆଜି ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି। ମହେଶ୍ୱରଙ୍କୁ ପୁନଃ ନିଯୁକ୍ତି ଓ ବକେୟା ଦରମା ନମିଳିଲେ ଧାରଣା ଜାରି ରଖିବ ବୋଲି ସଂଘ ଚେତବାନୀ ଦେଇଥିବା ସୂଚନା ମିଳିଛି।

Comments are closed.