ଭଦ୍ରକ : ଭଦ୍ରକ ଷ୍ଟେସନ ପାଖ ଏକ ଲଜ୍ରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ପରେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନାନୁଯାୟୀ, ଗତକାଲି ୨ ଜଣ ଯୁବକ ଯୁବତୀ ଷ୍ଟେସନ ପାଖ ଲଜ୍ରେ ରହିଥିଲେ। ରାତିରେ ଯୁବକ ଜଣଙ୍କ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ଲଜ୍ରେ ଥିବା ଯୁବତୀଙ୍କ ସହାୟତାରେ ଯୁବକଙ୍କୁ ମେଡିକାଲ ନିଆ ଯାଇଥିଲା। ମାତ୍ର ମେଡିକାଲରେ ତାଙ୍କର ମୃତ୍ୟୁ ପରେ ସମ୍ପୃକ୍ତ ଯୁବତୀଙ୍କୁ ସୁଧାରଗୃହକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଛି।
ଲଜ୍ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ.. ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ.
Popular Categories



