ଭଦ୍ରକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
ଭଦ୍ରକ : ଭଦ୍ରକ ଜିଲ୍ଲାର ବରପଦା ନିକଟରେ ଏନକାଉଣ୍ଟର ହୋଇଥିବା ନେଇ ବୁଧବାର ଖବର ମିଳିଛି। ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଭଦ୍ରକ ପୁଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ପୁଲିସକୁ ପାଲଟା ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଦୁଇ ଅପରାଧୀ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ , ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ବୋଲି ଜଣାପଡିଛି। ଅପରାଧୀ ଭଦ୍ରକରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଲୁଟରେ ସମ୍ପୃକ୍ତ ଥିବା ୬ ଅପରାଧୀଙ୍କ ମଧ୍ୟ ରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଛି । ସେମାନଙ୍କ ନିକଟ ରୁ ୩ ବନ୍ଧୁକ , ଦୁଇ ଖଣ୍ଡା , ୪ ମ୍ୟାଗଜିନ ଜବତ ହୋଇଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିଲା। ଏହି ଗ୍ୟାଙ୍ଗ ବହୁ ଲୁଟରେ ଜଡିତ ଥିବା ଓ ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Comments are closed.