କେନ୍ଦ୍ରୀୟ ବଜେଟ୍ ୨୦୨୨ ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ସହାୟକ ହେବ
ବିର୍ଲା ସ୍କୁଲ ଅଫ କମର୍ସ ପକ୍ଷରୁ କେନ୍ଦ୍ରୀୟ ବଜେଟ୍ ୨୦୨୨ ସମ୍ପର୍କିତ ୱେବିନାର ଆୟୋଜିତ
ଭୁବନେଶ୍ୱର: ବିର୍ଲା ସ୍କୁଲ୍ ଅଫ୍ କମର୍ସ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ “କେନ୍ଦ୍ରୀୟ ବଜେଟ୍ ୨୦୨୨- ଇମ୍ପ୍ଲିକେସନ୍ସ ଅନ୍ ଇଣ୍ଡିଆନ୍ ଫିନାନ୍ସିଆଲ ସେକ୍ଟର” ସମ୍ପର୍କିତ ଏକ ୱେବିନାର ଆୟୋଜିତ ହୋଇଯାଇଛି ।
ତ୍ରିନାଥ ଲେଙ୍କା, ସାର୍ଟିଫାଏଡ ଫିନାନ୍ସିଆଲ ପ୍ଲାନର ଏବଂ ପରିଚାଳନା ନିର୍ଦ୍ଦେଶକ, ୱାଲେଟ୍ ଫର ୱେଲ୍ଥ ଏ ଥିରେ ଯୋଗ ଦେଇ ବିଜିୟୁର ଫାକଲ୍ଟି ସଦସ୍ୟ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧନ ଦେଇଥିଲେ । ସରକାରଙ୍କ ପ୍ରକୃତ ଏବଂ ଆକଳନ ବଜେଟ୍ ଉପରେ ଦୃଷ୍ଟି ନିକ୍ଷେପ କରି ବଜେଟ୍ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବିକାଶ-ସବୁ ବର୍ଗର ବିକାଶ, ଉତ୍ପାଦନ ବୃଦ୍ଧି, ବିକଳ୍ପ ଶକ୍ତିବିନିଯୋଗ ଏବଂ କ୍ଲାଇମେଟ ଆକ୍ସନ ପରି ଚାରିଗୋଟି ସ୍ତମ୍ଭ ଉପରେ ଧ୍ୟାନ ଦେଇ ଏହା ଆତ୍ମନିର୍ଭରଶୀଳ ଭାରତପାଇଁ ଏକ ଆଉ ଏକ ପଦକ୍ଷେପ ବୋଲି କହିବା ସହ ବର୍ତ୍ତମାନର ବଜେଟ୍ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ ।
ଉପସ୍ଥିତ ବ୍ୟକ୍ତିମାନଙ୍କୁ ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସି ସମ୍ପର୍କରେ ଟାକ୍ସର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଅଧିବେସନରେ ବିର୍ଲା ସ୍କୁଲ୍ ଅଫ୍ କମର୍ସର ଡିନ୍ ପ୍ରଫେସର ଡଃ ସାମସନ୍ ମହାରଣା ଅଧ୍ୟକ୍ଷତା କରିଥିଲେ ଏବଂ ବିର୍ଲା ସ୍କୁଲ୍ ଅଫ୍ କମର୍ସର ଆସିଷ୍ଟାଣ୍ଟ ପ୍ରଫେସର ଲୋପାମୁଦ୍ରା ନାୟକ ଅଧିବେଶନର ପରିଚାଳନା କରିଥିଲେ । ୱେବିନାରର ପରିଶେଷରେ ଡ. ବିପି ବିଜୟ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.