www.samajalive.in
Saturday, December 6, 2025
17.1 C
Bhubaneswar

ବିର୍ଲା ଗ୍ଲୋବାଲ ୟୁନିଭରସିଟିର ୫ମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ୫ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ କୃଷି ଅନୁସନ୍ଧାନ ଓ ଶିକ୍ଷା ବିଭାଗ ସଚିବ, ଆଇସିଏଆର ମହାନିର୍ଦ୍ଦେଶକ ତଥା ଦେଶର ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଭର୍ଚୁଆଲ ମୋଡ୍‍ରେ ଯୋଗଦେଇ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିଥିଲେ। ଡ.ମହାପାତ୍ର ତାଙ୍କ ବକ୍ତବ୍ୟରେ ବିଭିନ୍ନ ପ୍ରସଙ୍ଗ ଓ ଦେଶର କୃଷକ ଓ କୃଷି କ୍ଷେତ୍ରରେ ଘଟୁଥିବା ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟରେ କୃଷି ଶିକ୍ଷାର ପରିସର ପରିବ୍ୟାପ୍ତ କରିବା, ଏହାର ପ୍ରଚାର ପ୍ରସାର ଏବଂ ଯୁବ ତଥା ଦକ୍ଷ ଲୋକଙ୍କ ନିମନ୍ତେ ଏହି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଗ୍ରେଟର ନଏଡାସ୍ଥିତ ବିମ୍‍ଟେକର ନିର୍ଦ୍ଦେଶକ ତଥା ବିଜିୟୁ ବୋର୍ଡ ଅଫ ଗଭର୍ଣ୍ଣର୍ସ ସଦସ୍ୟ ଡ.ଏଚ ଚତୁର୍ବେଦୀ ସମାରୋହରେ ଭର୍ଚୁଆଲ ମୋଡରେ ଯୋଗଦେଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଜିୟୁ କୁଳପତି ପି ପି ମାଥୁର ତାଙ୍କ ସ୍ୱାଗତ ଭାଷଣରେ ବିଜିୟୁର ପ୍ରଗତିଶୀଳ ଆଭିମୁଖ୍ୟ, ଉତ୍କୃଷ୍ଟ ଶିକ୍ଷା ନିମନ୍ତେ ନୂତନ ସିଲାବସ୍‍ ଏବଂ ପାଠ୍ୟକ୍ରମରେ ଅଣାଯାଉଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ବିଜିୟୁ ରେଜିଷ୍ଟ୍ରାର ବି କେ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories