www.samajalive.in
Saturday, December 6, 2025
15.1 C
Bhubaneswar

ଦିନକରେ ୯୬,୯୮୨ ସଂକ୍ରମିତ, ୪୪୬ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ ସୁସ୍ଥ ହୋଇଥିବାବେଳେ ୭ ଲକ୍ଷ ୮୮ ହଜାର ୨୨୩ ସକ୍ରିୟ ରୋଗୀ ରହିଛନ୍ତି।

- Advertisement -

ଅନ୍ୟପଟେ ଦେଶରେ କରୋନା ଟିକାକରଣ ମଧ୍ୟ ଦ୍ରୁତଗତିରେ ଚାଲିଛି। ସୋମବାର ସୁଦ୍ଧା ଦେଶରେ ୪୩ ଲକ୍ଷ ୯୬୬ କରୋନା ଟିକା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଜଣଙ୍କୁ ଟିକା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories