www.samajalive.in
Saturday, December 13, 2025
27.1 C
Bhubaneswar

ମ୍ୟୁକୋରମାଇକୋସିସ୍‍କୁ ନାମରୁ ଚିହ୍ନଟ କରିବା ଉଚିତ୍‍, କବକର ରଙ୍ଗରୁ ନୁହେଁ : ଡକ୍ଟର ରଣଦୀପ ଗୁଲେରିଆ

ମ୍ୟୁକୋରମାଇକୋସିସ୍‍ (କଳା କବକ) ଏକ ସାଧାରଣ କବକ ସଂକ୍ରମଣ ଯାହାକି ଏବେ କୋଭିଡ଼-୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି। ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ। ଏହାର ଅର୍ଥ ହେଲା କୋଭିଡ଼- ୧୯ ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଆଜି ଏହି ସୂଚନା ଦେଇ କହିଛନ୍ତି।

ଏହାକୁ ମ୍ୟୁକୋରମାଇକୋସିସ୍‍, ବ୍ଲାକ୍‍ ଫଙ୍ଗସ୍‍ ସଂକ୍ରମଣ କହିବା ଉଚିତ ନୁହେଁ

- Advertisement -

ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍‍ ଫଙ୍ଗସ୍‍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍‍ । କାରଣ ଏଭଳି ନାମରେ ନାମିତ କରାଗଲେ ଲୋକମାନଙ୍କ ମନରେ ଏହା ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଛି । “ଚିକି୍‍ତ୍ସା ଶାସ୍ତ୍ରରେ ବ୍ଲାକ୍‍ ଫଙ୍ଗସ୍‍ (କଳା କବକ) ଆଉ ଏକ ଫାମିଲିର ରୋଗ। ଯେହେତୁ ମ୍ୟୁକୋରମାଇକୋସିସ୍‍ କଲଚର୍‍ ବେଳେ ହ୍ୱାଇଟ୍‍ ଫଙ୍ଗାଲ୍‍ କଲୋନୀରେ କଳା କଳା ଚିହ୍ନସବୁ ଦୃଶ୍ୟ ହେଉଛି ଏଥି ସହିତ ବ୍ଲାକ୍‍ ଫଙ୍ଗସ୍‍ ନାମକୁ ଯୋଡ଼ି ଦିଆଯାଇଛି । ସାଧାରଣତଃ, ଅନେକ ପ୍ରକାର ଫଙ୍ଗାଲ୍‍ ସଂକ୍ରମଣ ଯଥା, କ୍ୟାନଡ଼ିଡ଼ା, ଆସ୍ପେରଜିଲୋସିସ୍‍, କ୍ରପ୍ଟୋକୋକସ୍‍, ହିଷ୍ଟୋପ୍ଲାସ୍ମୋସିସ୍‍ ଏବଂ କୋସିଡ଼ିଓ ଆଇଡ଼ୋମାଇକୋସିସ୍‍ ରହିଛି। ମ୍ୟୁକୋର ମାଇକୋସିସ୍‍, କ୍ୟାନଡିଡା ଏବଂ ଆସ୍ପେରଜିଲୋସିସ୍‍ ଭଳି ଫଙ୍ଗାଲ୍‍ ସଂକ୍ରମଣ କମ୍‍ ରୋଗପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଠାରେ ଦେଖାଯାଇଥାଏ ।

ସଂକ୍ରମଣର ସ୍ୱଭାବ, ଲକ୍ଷଣ ଓ ଚିକିତ୍ସା

ଏଭଳି ସଂକ୍ରମଣର ମାତ୍ରା ବୃଦ୍ଧି ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଲେ, ‘କ୍ୟାନଡିଡା ଫଙ୍ଗାଲ୍‍ ସଂକ୍ରମଣରେ ମୁହଁରେ, ପାଟି ଭିତର କ୍ୟାଭିଟିରେ ଓ ଜିଭରେ ଧଳା ଧଳା ପ୍ୟାଚ୍‍ ଦେଖାଯାଇଥାଏ। ଏହା ମଧ୍ୟ ଗୁପ୍ତାଙ୍ଗକୁ ସଂକ୍ରମିତ କରିପାରେ ଏବଂ ରକ୍ତକୁ ସୁଦ୍ଧା ଏହା ସଂକ୍ରମିତ କରିଥାଏ (ସେପରି ସ୍ଥଳେ ଏହା ଗୁରୁତର ଆକାର ଧାରଣ କରିଥାଏ) । ଆସ୍ପେରଜିଲୋସିସ୍‍ ଯାହାକି ଏତେ ସାଧାରଣ ଭାବେ ପରିଲକ୍ଷିତ ହୁଏନାହିଁ, ତାହା ଫୁସଫୁସକୁ ସଂକ୍ରମିତ କରିଥାଏ ଏବଂ ତାହା ଫୁସଫୁସରେ କ୍ୟାଭିଟ (କଣା) ସୃଷ୍ଟି କରିଥାଏ । କୋଭିଡ଼-୧୯ କ୍ଷେତ୍ରରେ ଯାହା ପରିଲକ୍ଷିତ ହେଉଛି ତାହା ଅଧିକତର ମ୍ୟୁକୋରମାଇକୋସିସ୍‍; କ୍ୱଚିତ୍‍ କ୍ଷେତ୍ରରେ ଆସ୍ପେରଜିଲୋସିସ୍‍ ଦେଖାଯାଉଛି ଏବଂ କିଛି ଲୋକଙ୍କ ଠାରେ କ୍ୟାନଡିଡା ପରିଲକ୍ଷିତ ହେଉଛି ।”

ହାଇ ରିସ୍କ ରୋଗୀ ଯେଉଁମାନେ କି ମ୍ୟୁକୋରମାଇକୋସିସ୍‍ରେ ସଂକ୍ରମିତ ସେମାନଙ୍କ ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଛନ୍ତି ଯେ, ‘ମ୍ୟୁକୋରମାଇକୋସିସ୍‍ରେ ପୀଡ଼ିତ ୯୦% – ୯୫% ରୋଗୀ ମଧୁମେହ ରୋଗୀ ଏବଂ/ କିମ୍ବା ସେମାନେ ଷ୍ଟେରଏଡ଼ ନେଉଛନ୍ତି। ଯେଉଁ ଲୋକମାନେ ମଧୁମେହରେ ପୀଡ଼ିତ ନୁହନ୍ତି କିମ୍ବା ଷ୍ଟେରଏଡ଼୍‍ ନେଉନାହାନ୍ତି ସେମାନଙ୍କ ଠାରେ କ୍ୱଚିତ୍‍ ଏହା ଦେଖାଯାଇଥାଏ ।”

ଡାକ୍ତର ଗୁଲେରିଆ କହିଛନ୍ତି ଯେ ଯେଉଁ ରୋଗୀମାନେ ହାଇ ରିସ୍କ ବର୍ଗରେ ଅଛନ୍ତି, ଅର୍ଥାତ୍‍ ଯେଉଁମାନଙ୍କ ଠାରେ ମଧୁମେହ ମାତ୍ରା ଅନିୟନ୍ତ୍ରିତ ଏବଂ ଯେଉଁମାନେ ଷ୍ଟେରଏଡ଼ ନେଉଛନ୍ତି ଓ କୋଭିଡ଼ ପଜିଟିଭ୍‍ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରେ ଯଦି ନିମ୍ନଲିଖିତ ଲକ୍ଷଣ ଦେଖାଯାଉଥାଏ ତେବେ ସେମାନେ ତାହା ଡାକ୍ତରମାନଙ୍କ ନଜରକୁ ତୁରନ୍ତ ଆଣିବା ଉଚିତ । “ମ୍ୟୁକୋରମାଇକୋସିସ୍‍ ପାଇଁ କେତେକ ଚେତାବନୀ ସଂକେତ ହେଲା ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା, ନାକରେ ମଇଳା ଜମିବା କିମ୍ବା ସେଥିରୁ ରକ୍ତ ପଡ଼ିବା, ଆଖି ପତା ତଳ ଫୁଲିବା, ମୁହଁର ସମ୍ବେଦନଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଲେ ଏବଂ ସେମାନେ ହାଇ ରିସ୍କଯୁକ୍ତ ରୋଗୀ ହୋଇଥିଲେ କିମ୍ବା ସେମାନେ ଯଦି ଷ୍ଟେରଏଡ଼ ନେଉଥାନ୍ତି, ତେବେ ସେମାନେ ତାହା ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ ଯଦ୍ୱାରା ଯଥାଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇପାରିବ ।”

ମ୍ୟୁକୋରମାଇକୋସିସ୍‍ର ପ୍ରକାର ଭେଦ

ମାନବ ଶରୀରର କେଉଁ ଅଙ୍ଗରେ ମ୍ୟୁକୋରମାଇକୋସିସ୍‍ ଲକ୍ଷଣ ଦେଖାଦେଇଛି ସେହି ଅନୁସାରେ ଏହାର ପ୍ରକାର ଭେଦ ନିର୍ଣ୍ଣୟ କରାଯାଇଥାଏ । ସଂକ୍ରମଣର ଲକ୍ଷଣ ଓ ସଂକେତ ଶରୀରର ବିଭିନ୍ନ ଅଙ୍ଗ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ରାଇନୋ ଅର୍ବିଟାଲ ସେରିବ୍ରାଲ୍‍ ମ୍ୟୁକୋରମାଇକୋସିସ୍‍: ଏଭଳି ଧରଣର ମ୍ୟୁକୋରମାଇକୋସିସ୍‍ ସଂକ୍ରମଣ ସ୍ଥଳେ ନାକ, ଆଖି/ ଆଖିଗାତ ଚତୁଃପାଶ୍ୱର୍, ପାଟିର କ୍ୟାଭିଟି, ନାକରୁ ସବୁଜ ରଙ୍ଗର ପାଣି ଗଡ଼ିବା, ନାସାରନ୍ଧ୍ରରେ ଯନ୍ତ୍ରଣା ଅନୁଭବ କରିବା, ନାକରୁ ରକ୍ତ ପଡ଼ିବା, ମୁହଁ ଫୁଲିବା, ମୁହଁର ସମ୍ବେଦନୀ ଶକ୍ତି ହ୍ରାସ ପାଇବା ଓ ଚର୍ମର ରଙ୍ଗ ଫିକା ପଡ଼ିଯିବା ଇତ୍ୟାଦି ଘଟିଥାଏ ।

ଶ୍ୱାସନଳୀ ମ୍ୟୁକୋରମାଇକୋସିସ୍‍: ଏଭଳି ଫଙ୍ଗାଲ ସଂକମଣ ଫୁସଫୁସକୁ ଆକ୍ରାନ୍ତ କରିଥାଏ । ଏହା ଫଳରେ ଜ୍ୱର, ଛାତିରେ ଯନ୍ତ୍ରଣା, କଫ ଓ କାଶରେ ରକ୍ତ ପଡ଼ିଥାଏ । ଏହି ଫଙ୍ଗସ୍‍ ମଧ୍ୟ ଉଦରନଳୀ (ପାକସ୍ଥଳୀ)କୁ ସଂକ୍ରମିତ କରିଥାଏ ।

ଅକ୍ସିଜେନ୍‍ ଥେରାପୀ ସହିତ ଏହାର କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ

“ଅନେକ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି, ଯେଉଁମାନେ ଅକ୍ସିଜେନ୍‍ ଥେରାପିରେ ନାହାନ୍ତି ସେମାନଙ୍କ ଠାରେ ମଧ୍ୟ ମ୍ୟୁକୋରମାଇକୋସିସ୍‍ ସଂକ୍ରମଣ ପରିଲକ୍ଷିତ ହେଉଛି। ତେଣୁ ଅକ୍ସିଜେନ୍‍ ଥେରାପୀ ଏବଂ ମ୍ୟୁକୋରମାଇକୋସିସ୍‍ରେ ସଂକ୍ରମିତ ହେବା ଭିତରେ କୌଣସି ନିର୍ଦ୍ଦିଷ୍ଟ ସଂପର୍କ ନାହିଁ ” ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।

ଚିକିତ୍ସା ଚାଲେଞ୍ଜ୍‍

ଆଣ୍ଟି ଫଙ୍ଗାଲ୍‍ ଚିକିତ୍ସା ଅନେକ ସପ୍ତାହ ଧରି ଚାଲିଥାଏ । ତେଣୁ ଏହା ହସପିଟାଲମାନଙ୍କ ସକାଶେ ଏକ ସମସ୍ୟା ଭାବେ ଦେଖାଦେଇଛି। ଯେହେତୁ କୋଭିଡ଼ ପଜିଟିଭ୍‍ ଏବଂ କୋଭିଡ଼ ନେଗେଟିଭ୍‍ ଉଭୟ ଧରଣର ରୋଗୀ ମ୍ୟୁକୋରମାଇକୋସିସ୍‍ରେ ସଂକ୍ରମିତ ହେଉଛନ୍ତି ସେହି ଦୃଷ୍ଟିରୁ ସେମାନଙ୍କୁ ହସପିଟାଲରେ ପୃଥକ୍‍ ୱାଡ଼ରେ ରଖି ଚିକିତ୍ସା କରାଯିବା ଆବଶ୍ୟକ। ସୁଚିନ୍ତିତ ଭାବେ ଆବଶ୍ୟକ ସ୍ଥଳେ ସେମାନଙ୍କ ଠାରେ ଅସ୍ତ୍ରୋପଚାର ମଧ୍ୟ କରାଯିବା ଆବଶ୍ୟକ। କାରଣ ଯେହେତୁ ମ୍ୟୁକୋରମାଇକୋସିସ୍‍ ସଂକ୍ରମଣ ପାଇଁ କୋଭିଡ଼ ୧୯ ସଂକ୍ରମିତ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର କରାଗଲେ ସେମାନଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା କାଏମ ରଖିବା ସବୁଠାରୁ ଜରୁରି କାରଣ ସେହିଭଳି ରୋଗୀଙ୍କ ଠାରେ ଅପର୍ଚୁନିଷ୍ଟିକ୍‍ ସଂକ୍ରମଣର ମାତ୍ରା ସର୍ବାଧିକ। ଯେଉଁମାନେ ଅକ୍ସିଜେନ୍‍ କନସେନଟ୍ରେଟର ବ୍ୟବହାର କରୁଛନ୍ତି ସେମାନେ ନିଜର ହ୍ୟୁମିଡିଫାୟରକୁ ନିୟମିତ ଭାବେ ସଫା କରିନେବା ଏକାନ୍ତ ଜରୁରି।

୧. ମ୍ୟୁକୋରମାଇକୋସିସ୍‍ ଠାରୁ ନିରାପଦରେ ରହନ୍ତୁ- କୋଭିଡ଼ ୧୯ ରୋଗୀମାନଙ୍କ ଠାରେ ଗୋଟିଏ ଫଙ୍ଗାଲ୍‍ ଜଟିଳତା ଚିହ୍ନଟ କରାଯାଇଛି ।

୨. ସଦାବେଳେ ନିଜର ରକ୍ତ ସର୍କରା ମାତ୍ରାକୁ ମନିଟର କରନ୍ତୁ ଓ ନିୟନ୍ତ୍ରଣରେ ରଖନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ପରାମର୍ଶ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories