www.samajalive.in
Thursday, December 11, 2025
18.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

– ୨୬ ତାରିଖ ଦ୍ୱିପ୍ରହରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ, ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ
– ରାଜ୍ୟ ସରକାରଙ୍କ ସୂଚନା, ବାତ୍ୟା ‘ୟସ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନ୍‌ଡିଆରଏଫ୍, ୫୦ଟି ଓଡ୍ରାଫ୍ ଏବଂ ୧୭୫ଟି ଫାୟାର ସର୍ଭିସ୍ ଦଳ ମୁତୟନ କରାଯାଇଛି
– ବାତ୍ୟା ‘ୟସ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ଏବଂ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ଟି ସ୍ବତନ୍ତ୍ର ଇଂଜିନିୟରିଂ ଟିମ୍ ଗଠନ କରାଯାଇଛି
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି, ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର, ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା
– ବାତ୍ୟା ୟସ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାର କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି
– ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେଉଁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ ୨୫ ତାରିଖ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ
– ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ଆମର ଲକ୍ଷ୍ୟ
– ରାଜ୍ୟ ସରକାରଙ୍କ ପରାମର୍ଶ, ବାତ୍ୟାବେଳେ ପବନ ସହ ପ୍ରବଳ ବର୍ଷା ହେବ ତେଣୁ ଘରେ ରହନ୍ତୁ
– ବାତ୍ୟା ଯୋଗୁ ମେ ୩୧ ଯାଏଁ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର୍ସରେ ରହିବେ କର୍ମଚାରୀ
– ଛୁଟି ନେଇଥିବା କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କଲେ ରାଜ୍ୟ ସରକାର, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
– ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ପରେ କୌଣସି ଲୋକ ଜେନେରେଟର ଲଗାନ୍ତୁନି, ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନ ଲଗାଇବାକୁ ପରାମର୍ଶ
– ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବାଲେଶ୍ୱର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ
– ପାରାଦୀପରୁ ଧାମରା ପର୍ଯ୍ୟନ୍ତ ୨/୩ ମିଟର ଜୁଆର ଉଠିବ, କାଲିଠାରୁ ବର୍ଷା ବଢ଼ିବ, କାଲି ସଂଧ୍ୟାରୁ ପବନ ବେଗ ବଢ଼ିବ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ, ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ
– ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତରଣ ଶେଷ କରିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
– ବାତ୍ୟା ମୁକାବିଲା ଓ ରିଲିଫ ତଦାରଖ ନେଇ କେନ୍ଦ୍ରାପଡ଼ା ପାଇଁ ଆଇଏଏସ ହେମନ୍ତ ଶର୍ମା ଓ ଆଇପିଏସ ଜୟନାରାୟଣ ପଙ୍କଜଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ
– ବାତ୍ୟା ମୁକାବିଲା ଓ ରିଲିଫ ତଦାରଖ ନେଇ ଜଗତସିଂହପୁର ପାଇଁ ଆଇଏଏସ ଶାଶ୍ୱତ ମିଶ୍ର ଓ ଅମିତାଭ ଠାକୁର, ଭଦ୍ରକ ପାଇଁ ଭିଭି ଯାଦବ ଓ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱ ପାଇଁ ବିଶାଲ୍ ଦେବ ଓ ଦୀପ୍ତେଶ ପଟ୍ଟନାୟକ ଏବଂ ମୟୂରଭଞ୍ଜ ପାଇଁ ସୁରେଶ ବଶିଷ୍ଟ ଓ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ
– ବାତ୍ୟା ମୁକାବିଲା ପାଇଁ ଅତ୍ୟାଧୁନିକ ସାମଗ୍ରୀ ସହ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ
– ବାତ୍ୟା ୟସ ପାଇଁ ପାରାଦୀପ ଓ ଧାମରା ପାଇଁ ୪ ନଂ ଏବଂ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories