www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳଙ୍କ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ

ଗୁରୁଡିଝାଟିଆ: ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଡାକ୍ତର ପରେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଚିକିତ୍ସାଳୟର ଆଭ୍ୟନ୍ତରୀଣ ଓ ବାହ୍ୟ ସ୍ୱଚ୍ଛତାକୁ ଟିକନିକ ଦେଖିଥିଲେ। ଲାବୋରେଟୋରୀ, ଆଶୁ ଚିକିତ୍ସାକେନ୍ଦ୍ର, ଔଷଧ ଗଚ୍ଛିତ କେନ୍ଦ୍ର, ଟୀକାକରଣ କେନ୍ଦ୍ର, ଦନ୍ତଚିକିତ୍ସାକେନ୍ଦ୍ର, ଆୟୁଷ ଚିକିତ୍ସକଙ୍କ ଓପିଡି, ରାଷ୍ଟ୍ରିୟ ବାଳ ସୁରକ୍ଷା ଅଧିନରେ କାର୍ଯ୍ୟରତ ଚିକିତ୍ସକଙ୍କ କାର୍ଯ୍ୟାଳୟ, ପଞ୍ଜିକରଣ କେନ୍ଦ୍ରକୁ ବୁଲି ଦେଖିବା ସହିତ ଚିକିତ୍ସାଳୟର ବାହ୍ୟ ପରିମଳ ଓ ସୌନ୍ଦର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ଆଗନ୍ତୁକ ପ୍ରତିନିଧି ଦଳର ସଦସ୍ୟମାନେ ପରିସର ପରିଷ୍କାର ପରିଚ୍ଛନ୍ନତା ଓ ଚିକିତ୍ସାଳୟ ପକ୍ଷରୁ ହୋଇଥିବା ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତାକୁ ଦେଖି ସନ୍ତୋଷ ପ୍ରକଟ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟ କାୟାକଳ୍ପ ପ୍ରତିନିଧି ଦଳ ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବାର ଉନ୍ନତମାନ ଓ ସ୍ୱଚ୍ଛତାକୁ ଅନୁଧ୍ୟାନ କରି ସ୍ୱୀକୃତିପତ୍ର ତଥା ପ୍ରୋତ୍ସାହନ ଯୋଗାଇଦେଇଥାନ୍ତି। ଏହି ପ୍ରତିନିଧିଦଳରେ ବରିଷ୍ଠ ପରାମର୍ଶଦାତା ସରୋଜ କୁମାର ପାଣିଗ୍ରାହୀ, ୟୁନିଫାର ରାଜ୍ୟ ପରାମର୍ଶଦାତା ଡାକ୍ତର ମନ୍ମଥ କୁମାର ମହାନ୍ତି, ଜିଲ୍ଲା ଜିକେଏସର ସହକାରୀ ପ୍ରବନ୍ଧକ ଇତିଶ୍ରୀ ମିଶ୍ର ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଆଗନ୍ତୁକ ପ୍ରତିନିଧିଦଳକୁ ସ୍ୱାଗତ ଜଣାଇବା ସହିତ ଚିକିତ୍ସାଳୟର ଆଭ୍ୟନ୍ତରୀଣ ଓ ବାହ୍ୟ ପରିବେଶ, ସ୍ୱଚ୍ଛତା, ବିଭିନ୍ନ ପ୍ରକୋଷ୍ଠ ଓ ଚିକିତ୍ସାଳୟ ପକ୍ଷରୁ ନିଆଯାଇଥିବା ସୌନ୍ଦର୍ଯ୍ୟକରଣ ସ୍ଥାନକୁ ବୁଲାଇ ଦେଖାଇଥିଲେ। ଚିକିତ୍ସାଳୟର ସମସ୍ତ ଚିକିତ୍ସକ, ବରିଷ୍ଠ ଅଧିକାରୀ ଓ ସେବିକାମାନେ ଉପସ୍ଥିତ ରହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories