ଶାଢୀ ଦୋକାନରେ ଦୁଇ ମହିଳାଙ୍କ ମଧ୍ୟରେ ମାର୍‌ପିଟ୍‌- ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ – ଗୋଟିଏ ଶାଢୀ ପାଇଁ ଦୋକାନ ଭିତରେ ଦୁଇ ଜଣ ମହିଳାଙ୍କ ମଧ୍ୟରେ ମାରପିଟ୍‌ । ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି । ମହୀଶୁର ଶାଢୀ ସେଲ୍‌ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ଏହାର ଭିଡିଓ ଏବେ ଟ୍ୱିଟର ସହ ବିଭିନ୍ନ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି । ଗୋଟିଏ ଶାଢୀ ପାଇଁ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଜୋରରେ ଯୁକ୍ତି ତର୍କ ହୋଇଥିଲା ।

ଏହାପରେ ଜଣେ ମହିଳା ଅନ୍ୟ ମହିଳାଙ୍କ ଚୁଟି ଘୋଷାଡି ପିଟୁଥିବା ଦେଖିବାପାଇଁ ମିଳିଛି । ପରେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସହ ଅନ୍ୟମାନେ ସେମାନଙ୍କୁ ରୋକିବା ସହ ଝଗଡା କରୁଥିବା ମହିଳାଙ୍କୁ ବାହାରକୁ ନେଇଥିଲେ ।

ମହିଶୂର ଶାଢୀର ବାର୍ଷିକ ସେଲ୍‌ ଚାଲିଥିବା ବେଳେ ଏହାକୁ କିଣିବା ପାଇଁ ପ୍ରବଳ ମହିଳାଙ୍କ ଭିଡ ଦେଖିବା ପାଇଁ ମିଳିଥାଏ । ବର୍ଷକୁ ଥରେ ଅଧିକ ରିହାତି ମିଳୁଥିବାରୁ ସେଠାରେ ମହିଳାମାନଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଥିବା ଦେଖିବା ପାଇଁ ମିଳିଛି ।

Comments are closed.