www.samajalive.in
Sunday, December 7, 2025
18.1 C
Bhubaneswar

ଦିନକ ପାଇଁ ବ୍ରିଟିଶ ଡେପୁଟି ହାଇକମିଶନର ହେଲେ ବେଙ୍ଗାଲୁରୁର ସାମ୍ବାଦିକତା ଛାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଦିନକ ପାଇଁ ବ୍ରିଟିଶ ଡେପୁଟି ହାଇକମିଶନର ହେବାର ସୁଯୋଗ ମିଳିଛି। ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଏହି ସୁଯୋଗ ପାଇଥିବା ଛାତ୍ରୀ ଜଣକ ହେଉଛନ୍ତି ୨୪ ବର୍ଷୀୟା ଅମ୍ବିକା ବାନାର୍ଜୀ। ଏହି ସମୟରେ ଅମ୍ବିକା ଭାରତ ଏବଂ ବ୍ରିଟେନ ମଧ୍ୟରେ ରହିଥିବା କୁଟନୈତିକ ସମ୍ପର୍କ ବିଷୟରେ ଜ୍ଞାନ ଆହରଣ କରିଥିଲେ।

ଗତ ଶୁକ୍ରବାର ଅମ୍ବିକା ଭାରତର ବେଙ୍ଗାଲୁରୁରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଜେରେମୀ ପିଲ୍‌ମୋର ବେଡ୍‌ଫୋର୍ଡଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଭାରତରେ ବ୍ରିଟେନର ଏହା ୩ୟ ସର୍ବୋଚ୍ଚ ପଦବୀ। ଅମ୍ବିକା ଏହି ସମୟରେ ବେଙ୍ଗାଲୁରୁସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନରଙ୍କ କାର୍ଯ୍ୟାଳୟରେ ସରକାର ଏବଂ ଉଦ୍ୟୋଗପତିମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ। ଅମ୍ବିକା କହିଛନ୍ତି ଯେ, ମୋତେ ବେଙ୍ଗାଲୁରୁସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନରଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସହିତ ମିଶିବାର ସୁଯୋଗ ମିଳିଲା। ପୂରା ଦିନଟି ମୋର ଆନନ୍ଦ ଉତ୍ସାହରେ ଭରିଯାଇଥିଲା। ଆମ ନିକଟରେ ପୂରା ଦିନର ଯୋଜନା ଥିଲା। ଅଧିକାରୀଙ୍କ ସହିତ ମୁଁ ହ୍ବାଇଟଫିଲ୍ଡରେ ଥିବା ଟେସ୍କୋ ଯିବା ସହିତ ସେଠାରେ କିପରି କାର୍ଯ୍ୟ ହେଉଛି ତାହା ବୁଲି ଦେଖିଥିଲି। ଏହି ଗୋଟିଏ ଦିନ ମୋ ଜୀବନ ସବୁଠୁ ବଡ଼ ଅନୁଭୂତି ଥିଲା। ଭାରତ ଏବଂ ବ୍ରିଟେନ ମଧ୍ୟରେ କୁଟନୈତିକ ସମ୍ପର୍କ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା ବୋଲି ସେ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories