ଶୋଇ ପଡିଲା ମଦୁଆ ଡ୍ରାଇଭର – ସେଥିପାଇଁ  ଘଟିଗଲା ଏତେ ବଡ ଅଘଟଣ

ବେଙ୍ଗାଲୁର- ମଦୁଆ ଡ୍ରାଇଭର ପାଇଁ ଅକାରଣରେ ଯାଇଛି ୭ ଜଣଙ୍କ ଜୀବନ । ଏହି ଘଟଣା କର୍ଣ୍ଣାଟକର ଦାବନଗିରିରେ ଘଟିଛି । ଜାତୀୟ ରାଜପଥ ୧୩ରେ ଥିବା କନନକେଟ ଟୋଲ୍‌ ପ୍ଲାଜା ନିକଟରେ କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ଥିବା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କଥା ପୋଲିସ ସୂଚନା ଦେଇଛି ।

ମକର ସଂକ୍ରାନ୍ତି ପାଳନ ପାଇଁ ଏ ସମସ୍ତ ବ୍ୟକ୍ତି ବେଙ୍ଗାଲୁରୁର ବିଜୟ ନଗର ହୋସପେଟ୍‌ ଯାଉଥିଲେ । ମଦ ପିଇ ଡ୍ରାଇଭର୍‌ ଗାଡି ଚଳାଉଥିବା ବେଳେ ଶୋଇପଡିଥିବା କଥା ଦେବନଗିରି ଜିଲ୍ଲାର ଏସ୍‌ପି ସିବି ରିସିୟାନ୍ତ କହିଛନ୍ତି ।

ମୃତକମାନଙ୍କର ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା କଥା ପୋଲିସ ସୂଚନା ଦେଇଛି ।

Comments are closed.