www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ କଞ୍ଚା ହଳଦୀ !

ସାଧାରଣତଃ ଆମ ସମସ୍ତଙ୍କ ଘରେ ହଳଦୀ ନିଶ୍ଚିତ ରୂ‌ପେ ଉପଲବ୍ଧ। ଏହା ଆମେ ସମସ୍ତେ ମଧ୍ୟ ଜାଣନ୍ତି ଯେ, ଏହା ଅନେକ ଉପକାରୀ ଗୁଣରେ ଭରପୁର। ଖାଦ୍ୟରେ ବ୍ୟବହାର ହେବା ଠାରୁ ଆରମ୍ଭ କରି ଶରୀର ଅନେକ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ। ହଳଦୀର ଉପାଦେୟତା ବିଷୟରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ତେବେ ଦୁଇ ପ୍ରକାରର ହଳଦୀ କଞ୍ଚା ଓ ଶୁଖିଲାର ଭିନ୍ନ ଭିନ୍ନ ଉପାଦେୟତା ରହିଛି। ବିଶେଷ କରି କଞ୍ଚା ହଳଦୀ ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା କଞ୍ଚା ହଳଦୀର ଉପକାରୀ ଗୁଣ ବିଷୟରେ –

-କଞ୍ଚା ହଳଦୀ ଇନ୍ସୁଲିନ୍ର ମାତ୍ରାକୁ ସନ୍ତୁଳିତ ରଖିଥାଏ। ମୁଧୁମେହ ରୋଗୀ ପାଇଁ ବହୁତ ଲାଭଦାୟକ ଅଟେ। ଏହାର ସେବନରେ ଇନ୍ସୁଲିନ୍          ବ୍ୟତୀତ ଗ୍ଲୁକୋଜ୍ ମଧ୍ୟ ନିୟନ୍ତ୍ରିତ ରହିଥାଏ। ଯଦି ହାଇଡୋଜ ମେଡିସିନ୍ ନେଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ହଳଦୀର ବ୍ୟବହାର        କରନ୍ତୁ।
-ହଳଦୀ ଶରୀରକୁ ଜୀବାଣୁଠାରୁ ଦୂରରେ ରଖିଥାଏ। ହଳଦୀର ସେବନ ଶରୀରରେ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରିତ ରଖିଥାଏ। ହୃଦରୋଗୀଙ୍କ ପାଇଁ      କଞ୍ଚା ହଳଦୀ ବେଶ୍ ଲାଭଦାୟକ।
-କୃମି ସମସ୍ୟା ପାଇଁ ହଳଦୀ ଖୁବ୍ ଲାଭଦାୟକ। ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ହଳଦୀକୁ ବାଟି ପିଇଲେ କୃମି ସମସ୍ୟା ଦୂର              ହୋଇଯାଏ।
-କଞ୍ଚା ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ସେପ୍‌ଟିକ୍ ଗୁଣ ଥାଏ। ଏଥିରେ ସଂକ୍ରମଣକୁ ରୋକିବା ଶକ୍ତି ଥାଏ।
-କଞ୍ଚା ହଳଦୀ ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାର ଆଣ୍ଟିସେପ୍‌ଟିକ୍ ଗୁଣ ପାଇଁ ଭାରତୀୟ ସଂସ୍କୃତିରେ ବାହାଘର ପୂର୍ବରୁ ପୂରା ଶରୀରରେ ହଳଦୀ      ଲଗାଯାଇଥାଏ। ଯଦି ଶରୀରର କୌଣସି ଅଙ୍ଗରେ କିଛି ଫଳିଥାଏ ବା ଆଲର୍ଜି ହୋଇଥାଏ। ତେବେ କଞ୍ଚା ହଳଦୀର ଲେପନ ଏପରି ସମସ୍ୟା      ଦୂର କରିଥାଏ।
-ରାତିରେ ଉଷୁମ କ୍ଷୀରରେ କଞ୍ଚା ହଳଦୀ ବଟା ମିଶାଇ ପିଇଲେ ଥଣ୍ଡା ଭଳି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।
-ହଳଦୀ ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
-କଞ୍ଚା ହଳଦୀ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ।
-ରକ୍ତ ବିଶୋଧନ ପାଇଁ କଞ୍ଚା ହଳଦୀ ବେଶ୍ ଉପକାରୀ। ପ୍ରତିଦିନ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ସେବନ କଲେ ପେଟରେ      ଥିବା ସମସ୍ତ ସମସ୍ୟା ଦୂର ହେବା ସହ ରକ୍ତ ପରିଷ୍କାର ରହିଥାଏ।
-ଶରୀରର କୌଣସି ଅଙ୍ଗ ଫୁଲିଥିଲେ ସେଠାରେ କଞ୍ଚା ହଳଦୀ ବାଟି ଲଗାଇବା ଦ୍ବାରା ଲାଭ ମିଳିଥାଏ। ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ହଳଦୀ        ଉପଶମ ଦେଇଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories