www.samajalive.in
Saturday, December 6, 2025
15.1 C
Bhubaneswar

କ୍ୟାନ୍ସର ସହ ଯୁଦ୍ଧ କରି ପୁଣି ପରଦାକୁ ଫେରୁଛନ୍ତି ସୋନାଲୀ

ମୁମ୍ବଇ : କିଛି ମାସ ହେବ କ୍ୟାନ୍ସର ସହ ଯୁଦ୍ଧ କରୁଥିବା ବଲିଉଡ଼ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଛନ୍ତି ନିଜେ ସୋନାଲୀ।

ନିକଟରେ ଇନ୍‍ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ସୋନାଲୀ ଲେଖିଛନ୍ତି, “ଦୀର୍ଘଦିନର ବିଶ୍ରାମ ପରେ ସେଟ୍‍ କୁ ଫେରୁଛି। ଏକ ଅଦ୍ଭୁତ ଖୁସି ଅନୁଭବ ହେଉଛି”। ସେ ପୁନର୍ବାର ଲେଖିଛନ୍ତି, ‘‘ଗତ କିଛି ମାସ ହେବ ମୋ ଭାବନା ଯେପରି ମରି ମରି ଯାଉଥିଲା। ଏପରି ଅବସ୍ଥାରେ ପୁଣିଥରେ କ୍ୟାମେରାକୁ ସାମ୍ନା କରିବା ଓ ସେହି ହାବଭାବ ଦେଖାଇବା ମୋ ପାଇଁ ଏକ ବଡ଼ ଓ ଗୌରବର କଥା। କାମକୁ ଫେରି ମୁଁ କେତେ ଖୁସି ଅନୁଭବ କରୁଛି ତାହା ଶବ୍ଦରେ ପ୍ରକାଶ କରିବା ମୋ ପାଇଁ ଅସମ୍ଭବ’’।

- Advertisement -

ତେବେ ସାମାଜିକ ଗଣମାଧ୍ୟମରେ ମିଳୁଥିବା ପ୍ରତିକ୍ରିୟାରୁ ଜଣାପଡ଼ୁଛି ଯେ, ତାଙ୍କ ପ୍ରଶଂସକମାନେ ପୁଣିଥରେ ସୋନାଲୀଙ୍କୁ ପରଦାରେ ଦେଖିବା ପାଇଁ ଆନନ୍ଦ ଓ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories