www.samajalive.in
Saturday, December 6, 2025
26.1 C
Bhubaneswar

ଅନେକ ସମସ୍ୟାରୁ ମୁକ୍ତି ଦିଏ ସୋରିଷ ତେଲ

ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ସୋରିଷ ତେଲ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଆହୁରି ଅନେକ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ବିଶେଷ କରି ଶୀତଦିନେ ଏହାକୁ ଶରୀରରେ ମାଲିସ କରିବା ଦ୍ବାରା ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ଆଇରନ୍, କ୍ୟାଲସିୟମ, ଫ୍ୟାଟି ଏସିଡ୍ ଓ ବିଟାକେରୋଟିନ ଆଦି ତତ୍ତ୍ବ ରହିଛି। ତେବେ ଚାଲନ୍ତୁ ଜାଣିବା ସୋରିଷ ତେଲ ଆମର କି ଉପକାର କରିଥାଏ –
-ସମାନ ପରିମାଣର ସୋରିଷ ତେଲ ଓ ନଡ଼ିଆ ତେଲ ଏକାଠି ମିଶାଇ ଶରୀରରେ ଲଗାଇଲେ ଚର୍ମ ଚିକ୍କଣ ଓ ଉଜ୍ୱଳ ହୋଇଥାଏ।
-ସୋରିଷ ତେଲରେ ଥିବା ଆଇରନ୍, କ୍ୟାଲସିୟମ ଓ ବିଟାକେରୋଟିନ୍ କେଶକୁ ଲମ୍ବା, କଳା ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ।
-ସୋରିଷ ତେଲରେ ନିୟାସିନ, ଫୋଲେଟ, ଥିୟାମାଇନ୍ ଆଦି ଭିଟାମିନ୍ ରହିଛି। ଏହାକୁ ନିୟମିତ ଅଳ୍ପ ପରିମାଣରେ ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ।
-ଶୀତଦିନେ ଦେଖାଯାଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ କର୍ପୁର ମିଶାଇ ଅଳ୍ପ ଉଷୁମ କରି ମାଲିସ କରନ୍ତୁ।
-ସୋରିଷ ତେଲରେ ଅଳ୍ପ ହେଙ୍ଗୁ, ଜୁଆଣି ଓ ୨-୩ଟି ରସୁଣ ପାଖୁଡ଼ା ମିଶାଇ ଉଷୁମ କରିବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କଲେ ଅଣ୍ଟା ଦରଜରୁ ଆରାମ ମିଳିଥାଏ।
-ରାତିରେ ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୋରିଷ ତେଲ ମାଲିସ ହୋଇ ଶୋଇଲେ ମଶା କାମୁଡି ନଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories