www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ, ଭୋଜନ ପରେ କାହିଁକି ମିଠା ଖିଆଯାଏ ?

ସାଧାରଣତଃ କୌଣସି ଭୋଜି ଆଦିକୁ ଗଲେ ଖାଦ୍ୟ ଶେଷରେ ଆମକୁ ମିଠା ଖାଇବାକୁ ଦିଆଯାଏ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବାକୁ କୁହାଯାଏ, ସେ ବିଷୟରେ ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଆସନ୍ତୁ ଜାଣିବା ଖାଦ୍ୟ ଶେଷରେ କାହିଁକି ମିଠା ଖିଆଯାଏ –

ଶାସ୍ତ୍ର ଅନୁଯାୟୀ, ଘରେ ହେଉ କିମ୍ବା ବାହାରେ ଯେ କୌଣସି ଭୋଜିରେ ଖାଇବା ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ। ଏହାସହିତ ଭୋଜନ ଶେଷରେ ମିଠା ଖାଇବାକୁ ଦିଆଯାଏ। ବୈଜ୍ଞାନିକ କାରଣ ଅନୁସାରେ, ରାଗ ଖାଦ୍ୟ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ୍ ଭାବରେ ସଞ୍ଚାଳିତ ହୋଇପାରିନଥାଏ। ଶେଷରେ ମିଠା ଖାଇବା ଦ୍ବାରା ଖାଦ୍ୟରେ ଥିବା ଅମ୍ଳର ତୀବ୍ରତା କମ୍ ହୋଇଥାଏ। ଫଳରେ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ ଓ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ।

- Advertisement -

ସେହିପରି ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯିବାରୁ ଆମକୁ ଶୋଷ ଲାଗିଥାଏ ଏବଂ ଆମେ ପାଣି ପିଇବାକୁ ଇଚ୍ଛା କରୁ। ମାତ୍ର ଡାକ୍ତରଙ୍କ କହିବାନୁସାରେ, ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ। ଏହା ଆମ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପାଣିର ଆବଶ୍ୟକତା ପଡ଼େ ନାହିଁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories