www.samajalive.in
Sunday, December 14, 2025
19.1 C
Bhubaneswar

ଅନେକ ରୋଗରୁ ରକ୍ଷା କରେ ଧନିଆପତ୍ର

ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରୁଥିବା ଧନିଆପତ୍ରର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହା ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିବାରେ ବେଶ ସହାୟକ ହୋଇଥାଏ। ଅନେକ ପୋଷକ ତତ୍ତ୍ୱରେ ଭରପୁର ଧନିଆ ପତ୍ର ହାଡକୁ ମଜଭୂତ କରିବା ସହ ହାଡ ଜନିତ ଅନେକ ରୋଗକୁ ଦୂରେଇ ରଖେ।
ଧନିଆପତ୍ର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହାସହ ହୃଦୟ ଜନିତ ରୋଗ ଠାରୁ ଦୂରେଇ ରଖିଥାଏ।
ଧନିଆପତ୍ରର ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହେ।
ନିୟମିତ ଭାବେ ଧନିଆପତ୍ର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ହୋଇଥାଏ।
ଧନିଆପତ୍ରର ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଏହା ଶରୀରରେ ଅତିରିକ୍ତ ମେଦକୁ ନଷ୍ଟ କରି ଦେଇଥାଏ।
ଧନିଆରେ ବହୁ ପ୍ରକାର ଖଣିଜ, ଭିଟାମିନ ଭରପୁର ମାତ୍ରାରେ ରହିଛି। ଯାହା ଥାଇରଏଡ଼ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ରିଲିଜ୍‌ ହେଲା ସନ୍ନି ଦେଓଲଙ୍କ ସାନପୁଅ ରାଜବୀରଙ୍କ ପ୍ରଥମ ଫିଲ୍ମର ଟ୍ରେଲର

ଧନିଆପତ୍ରର ପାଣି ରକ୍ତରରେ ଶର୍କରାରକୁ ନିୟନ୍ତ୍ରଣ କରିଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ।
ଧନିଆପତ୍ରର ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଯକୃତକୁ ମଧ୍ୟ ସଫା ରଖିବାରେ ସହାୟକ ହୋଇଥାଏ।
ଧନିଆପତ୍ରର ପାଣି ମଧ୍ୟ ପିଇପାରିବେ। ଏଥିପାଇଁ ଅଳ୍ପ କିଛି ଧନିଆପତ୍ରକୁ ଏକ ଗ୍ଲାସ ପାଣିରେ ପକାଇ ରାତିସାରା ଭିଜାଇ ଦିଅନ୍ତୁ। ସକାଳେ ପାଣିରୁ ଧନିଆପତ୍ର କାଢି ଏକ ବୁନ୍ଦା ଲେମ୍ବୁ ରସ ମିଶାଇ ପିଅନ୍ତୁ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories