www.samajalive.in
Monday, December 15, 2025
24.1 C
Bhubaneswar

ରିଲିଜ୍‌ ହେଲା ସନ୍ନି ଦେଓଲଙ୍କ ସାନପୁଅ ରାଜବୀରଙ୍କ ପ୍ରଥମ ଫିଲ୍ମର ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲଙ୍କ ପ୍ରଥମ ଚଳଚ୍ଚିତ୍ର ‘ଦୋନୋଁ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦେଶକ ସୁରଜ ବଡ଼ଜାତ୍ୟାଙ୍କ ପୁଅ ଅବନୀଶ ଏସ. ବଡ଼ଜାତ୍ୟା। ରାଜବୀରଙ୍କ ସହ ଏଥିରେ ପୁନମ ଢିଲୋଁଙ୍କ ଝିଅ ପାଲୋମା ଢିଲୋଁ ନାୟିକା ଭାବେ ଅଭିନୟ କରିଛନ୍ତି।

ଦେଓଲ ପରିବାର ସହିତ ଦର୍ଶକମାନେ ମଧ୍ୟ ରାଜବୀର ଦେଓଲଙ୍କ ଫିଲ୍ମ ‘ଦୋନୋଁ’ର ଟ୍ରେଲରକୁ ଅପେକ୍ଷା କରି ରହିଥିଲେ। ଆଉ ଏବେ ଟ୍ରେଲର ରିଲିଜ୍‌ ହେବା ପରେ ଲୋକେ ଏହାକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏବଂ ଏଥିସହ ଆହୁରି ଅନେକ କାହାଣୀ ଯୋଡ଼ି ହୋଇ ରହିଛି। ଚଳିତ ବର୍ଷ ଅକ୍ଟୋବର ୫ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

- Advertisement -

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories