www.samajalive.in
Monday, December 15, 2025
14.1 C
Bhubaneswar

୬୮ ବର୍ଷରେ ତୃତୀୟ ବିବାହ କଲେ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ମହଙ୍ଗା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରବିବାର ଲଣ୍ଡନରେ ୬୮ ବର୍ଷ ବୟସରେ ସେ ତୃତୀୟ ବିବାହ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୨୦୨୦ରେ ସେ ଦ୍ୱିତୀୟ ବିବାହ କରିଥିଲେ। କେନ୍ଦ୍ର ସରକାରଙ୍କ ନବଗଠିତ ୱାନ୍‌ ନେସନ-ୱାନ୍‌ ଇଲେକ୍ସନ କମିଟିର ସଦସ୍ୟ ସାଲଭେ ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ଟ୍ରିନାଙ୍କୁ ବିବାହ କରିଛନ୍ତି। ସେ ଜଣେ ବ୍ରିଟିଶ ବଂଶୋଦ୍ଭବ। ନୀତା ଅମ୍ବାନୀ, ଲଲିତ ମୋଦୀ, ଉଜ୍ଜ୍ୱଳା ରାଉତଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିବାହ ଉତ୍ସବରେ ଯୋଗଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି ସାଲଭେ। ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷୀ ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି। ତେବେ ୨୦୨୦ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଏହାର କିଛି ମାସ ପରେ ସେ କାରୋଲିନଙ୍କୁ ବିବାହ କରିଥିଲେ। କାରୋଲିନଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ ଥିଲା। ଆଉ ଏବେ ତିନି ବର୍ଷରୁ କମ୍ ସମୟ ମଧ୍ୟରେ ହରିଶ ସାଲଭେ ତୃତୀୟ ଥର ପାଇଁ ଟ୍ରିନାଙ୍କୁ ବିବାହ କରିଛନ୍ତି।

- Advertisement -


ପୂର୍ବତନ ସଲିସିଟର ଜେନେରାଲ୍ ସାଲଭେ ଜଣେ ଲୋକପ୍ରିୟ ଓ ମହଙ୍ଗା ଆଇନଜୀବୀ ଭାବେ ବେଶ୍ ପରିଚିତ। ସେ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି। ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲାଠାରୁ ଆରମ୍ଭ କରି ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ମଧ୍ୟ ସେ ଅଂଶବିଶେଷ ଥିଲେ। ନଭେମ୍ବର ୧୯୯୯ ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିବା ସାଲଭେ ଜାନୁଆରୀରେ ୱେଲ୍ସ ଆଣ୍ଡ ଇଂଲଣ୍ଡ କୋର୍ଟ ପାଇଁ କ୍ୟୁଇନ୍ସ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୫ରେ ସାଲଭେଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories