www.samajalive.in
Monday, December 15, 2025
26.1 C
Bhubaneswar

ଟାଟା ପାୱାରର ଅଭିଯୋଗ ସମାଧାନ ପ୍ରକୋଷ୍ଠ ଉଦ୍‌ଘାଟିତ

ଭବାନିପାଟଣା : ଓଡ଼ିଶା ବିଦ୍ୟୁତ ନିୟନ୍ତ୍ରଣ କମିଶନ(ଓଇଆରସି) ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଶୁକ୍ରବାର ସ୍ଥାନୀୟ ପୁରୁଣାପଡ଼ାଠାରେ ଟାଟା ପାୱାରର ଏକ ଅଭିଯୋଗ ସମାଧାନ ପ୍ରକୋଷ୍ଠ(ଜିଆରଏଫ୍) ଉଦ୍‌ଘାଟିତ ହୋଇଯାଇଛି । ଏଠାରୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ପ୍ରାୟ ୨ ଲକ୍ଷ ୮୦ ହଜାରରୁ ଅଧିକ ବିଦ୍ୟୁତ ଗ୍ରାହକ ଲାଭାନ୍ଵିତ ହେଇପାରିବେ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି । ମିଟର ରିଡିଂ, ବିଲିଂ ଆଦି ବିଭିନ୍ନ ସମସ୍ୟା ପାଇଁ ପୂର୍ବରୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବିଦ୍ୟୁତ ଗ୍ରାହକଙ୍କୁ ବଲାଙ୍ଗୀର ଯିବାକୁ ପଡୁଥିଲା । ତେବେ ଏଠାରେ ଅଫିସ ଖୋଲିବା ଯୋଗୁଁ କମ୍ ସମୟରେ ଗ୍ରାହକଙ୍କ ଅଭିଯୋଗର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏଠାରେ ଅଫିସ କାମ କରିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଇଆରସିର ବରିଷ୍ଠ କର୍ମକର୍ତ୍ତା ଗଜେନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ରାୟ ମହାପାତ୍ର, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଟିପି ଡ଼ବ୍ଲ୍ୟୁଓଡିଏଲର ସିଇଓ ଇଞ୍ଜିନିୟର ଗଜାନନ କାଲୋ, କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ସମେତ କଳାହାଣ୍ଡି ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories