www.samajalive.in
Friday, December 5, 2025
27.1 C
Bhubaneswar

ଅଷ୍ଟ ମୁଖୀ ରୁଦ୍ରାକ୍ଷ କେମିତି ପିନ୍ଧିବେ; ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ମଞ୍ଜି ଭାବେ ବିବେଚନା କରାଯାଏ। ଏହା ଏଲିଓକାର୍ପସ ଗଣିଟ୍ରସ ଗଛରୁ ଉତ୍ପନ୍ନ ହୋଇଛି ଏବଂ ଭଗବାନ ଶିବଙ୍କୁ ବିଶେଷ ଭାବରେ ସମର୍ପିତ କରାଯାଇଛି। ରୁଦ୍ରାକ୍ଷକୁ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ମିଳିଥାଏ। ରୁଦ୍ରାକ୍ଷ ଅନେକ ପ୍ରକାରର ଅଛି, ଯେଉଁଥିରେ ଅଷ୍ଟମୁଖୀ ରୁଦ୍ରାକ୍ଷ ଅନ୍ୟତମ ଅଟେ। ଅଷ୍ଟ ମୁଖୀ ରୁଦ୍ରାକ୍ଷକୁ ଭଗବାନ ଗଣେଶଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କମାନେ ଆତ୍ମବିଶ୍ୱାସୀ, ସାହସୀ ଏବଂ ବୃଦ୍ଧିବାନ ହୋଇଥାନ୍ତି। ଏହାସହିତ ମନରେ ସ୍ଥିରତା, ଜୀବନରେ ସମୃଦ୍ଧି ଏବଂ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଅଷ୍ଟମୁଖୀ ରୁଦ୍ରାକ୍ଷ ପିନ୍ଧିଲେ କଣ ହୁଏ?
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଷ୍ଟମୁଖୀ ରୁଦ୍ରାକ୍ଷକୁ ଗଣେଶଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଅଷ୍ଟମୁଖୀ ରୁଦ୍ରାକ୍ଷ ବ୍ୟବସାୟ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତିି ପାଇଁ ବେଶ ଉପଯୋଗୀ। ଏହା ମନରେ ସନ୍ତୁଳନ ବଜାୟ ରଖିବା ସହ ଚିନ୍ତା, ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଗଣେଶଙ୍କ କୃପା ଓ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

- Advertisement -

କେମିତି ପିନ୍ଧିବେ ଅଷ୍ଟମୁଖୀ ରୁଦ୍ରାକ୍ଷ : 
ଅଷ୍ଟମୁଖୀ ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଏହାକୁ ଶୁଦ୍ଧ କରିବା ଜରୁରୀ। ଏଥିପାଇଁ ସୋମବାର କିମ୍ବା ବୁଧବାର ଦିନ ଏହାକୁ ଗଙ୍ଗା ଜଳ କିମ୍ବା ଶୁଦ୍ଧ ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ। ପୂଜାଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ରୁଦ୍ରାକ୍ଷଟିକୁ ରଖି ଧୂପ-ଦୀପ ଜାଳି ଗଣେଶ ମନ୍ତ୍ର ‘ଓମ୍‌‌ ଗଣପତୟେ ନମଃ’ ୧୦୮ଥର ଜପ କରନ୍ତୁ। ଏହାପରେ ରୁଦ୍ରାକ୍ଷକୁ ଲାଲ ସୂତା କିମ୍ବା ସୁନା-ରୂପା ଚେନରେ ବେକ କିମ୍ବା ହାତରେ ପିନ୍ଧନ୍ତୁ। ଏହାକୁ ପିନ୍ଧିବା ପରେ ନିୟମିତ ଭାବେ ଗଣେଶଙ୍କୁ ପୂଜା କରନ୍ତୁ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବଜାୟ ରହିବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories