www.samajalive.in
Sunday, December 7, 2025
26.1 C
Bhubaneswar

ପତ୍ର ଏକ ଉପକାର ଅନେକ ;ଜାଣନ୍ତୁ କ’ଣ ରହିଛି ଏହି ପତ୍ରର ଔଷଧୀୟ ଗୁଣ

ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ସମୟରେ ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏକ ଶସ୍ତା ଓ ସହଜ ଉପାୟ ମଧ୍ୟ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଗୁଳୁଚି (ଗିଲୟ) ପତ୍ରର ପାଣିକୁ ଫୁଟାଇ ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କିଛି ଲୋକେ ଏହାର ପତ୍ରକୁ ଅନ୍ୟ ଫଳ ସହ ମିଶାଇ ଜୁସ ପ୍ରସ୍ତୁତ କରି ପିଇଥାଆନ୍ତି।
ଗୁଳୁଚିର ପତ୍ର ଦେଖିବାକୁ ପାନପତ୍ର ଭଳି। ଏହାର ପତ୍ରରେ କ୍ୟାଲସିୟମ, ପ୍ରୋଟିନ, ଫସଫରସ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହାବ୍ୟତୀତ ଏଥିରେ ହଜମ କ୍ରିୟାକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବହୁ ମାରାତ୍ମକ ରୋଗରୁ ମଧ୍ୟ ଶରୀରକୁ ଦୂରରେ ରଖେ।
ଏହା ମେଟାବୋଲିଜିୟମ ସ୍ତର, ଶରୀରର ତାପମାତ୍ରାକୁ ସଠିକ ରଖିବା, କାଶ, ଥଣ୍ଡାରୁ ରକ୍ଷା କରିଥାଏ। ଏହାକୁ ଜୁସ ଓ ଫୁଟାଇ ପିଇବା ବ୍ୟତୀତ କାଡ଼ା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। ଏହାକୁ ଏକ ଉତ୍ତମ ଆୟୁର୍ବେଦିକ କାଡ଼ା ମଧ୍ୟ କୁହାଯାଏ।
ଏଥିରେ ଘିଅ ଓ ମହୁ ମିଶାଇ ପିଇଲେ ରକ୍ତର ଅଭାବ ଦୂର ହୋଇଥାଏ।
ଯେଉଁମାନଙ୍କର ଆଖି ଭିତର ଅଂଶ ଅଧିକାଂଶ ସମୟ ହଳଦିଆ ରଙ୍ଗ ଭଳି ଦେଖାଯାଉଛି , ସେମାନଙ୍କ ପାଇଁ ଏହି ପତ୍ର ବେଶ ଉପକାରୀ। ଏହାକୁ ପାଣିରେ ଫୁଟାଇ ଅଳ୍ପ ମହୁ ମିଶାଇ ପିଇପାରିବେ।
ଚର୍ମ ଜନିତ ସମସ୍ୟା ଥିଲେ , ଏହାର ପତ୍ରକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସକାଳ ଓ ସନ୍ଧ୍ୟାରେ ଏହାକୁ ହାତରେ ଓ ଗୋଡ଼ରେ ଲଗାନ୍ତୁ। ଏହା ଖୁବ ଲାଭଦାୟକ।
ପେଟ ଜନିତ ବହୁ ସମସ୍ୟା ମଧ୍ୟ ଏହା ଦୂର କରେ। କୋଷ୍ଠକାଠିନ୍ୟ, ଗ୍ୟାସ , ଏସିଡ଼ିଟିକୁ ଏହା ଦୂର କରିବା ସହ ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ।
ଥଣ୍ଡା ଓ ଜ୍ୱରରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories