ଶରୀରର ଫ୍ୟାଟ୍ କମାଇବା ପାଇଁ ବେଶ୍ ଉପଯୋଗୀ ଏହି ପାନୀୟ

ଆଜିକାଲି ପତଳା ଶରୀର ପାଇବାକୁ ସମସ୍ତେ ଇଚ୍ଛୁକ। ହେଲେ ସମସ୍ତେ ଏହା ପାଇପାରୁ ନାହାନ୍ତି। ଶରୀରର ଫ୍ୟାଟ୍ କମାଇ ଏକ ସୁନ୍ଦର ପତଳା ଚେହେରା ପାଇବାକୁ ଲୋକେ ଅନେକ ଉପାୟ ଆପଣାଉଛନ୍ତି। ହେଲେ କାହାକୁ ସୁଫଳ ମିଳୁଛି ତ କାହାକୁ ମିଳୁନାହିଁ। ତେବେ ଏକ ପାନୀୟ ଅଛି ଯାହାକୁ ପିଇବା ଦ୍ବାରା ଆପଣଙ୍କ ଏହି ସମସ୍ୟା ଦୂର ହେବ। ଘରୋଇ ଉପାୟରେ ପ୍ରସ୍ତୁତ ଏହି ପାନୀୟ ପାଇଁ ଆବଶ୍ୟକ ହେଉଛି ଗାଜର, ଲେମ୍ବୁ ଏବଂ ଅଦା। ଏହି ତିନି ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡିଂ କରି ପିଇବା ଦ୍ବାରା ଶରୀର ଫ୍ୟାଟ୍ ବହୁତ ଶୀଘ୍ର କମିବା ସହ ଆହୁରି ଅନେକ ଉପକାର ମିଳିଥାଏ।

ଗାଜରରେ ଅତ୍ୟଧିକ ଫାଇବର୍ ରହିଛି। ଗାଜର ରସ ପେଟରୁ ଫ୍ୟାଟ୍ କମାଇବାରେ ସହାୟକ ହୋଇଥାଏ।

prayash

ସେହିପରି ଲେମ୍ବୁରସରୁ ଖୁବ୍ କମ୍ କ୍ୟାଲୋରୀ ମିଳେ। ତେଣୁ ଏହାକୁ ନିୟମିତ ପିଇଲେ ପେଟରୁ ଫ୍ୟାଟ କମିଥାଏ।

ଏହାବ୍ୟତୀତ ଅଦାରେ ପ୍ରଚୁର ଏଞ୍ଜାଇମ୍ ଥିବାରୁ ଏହା ସହଜରେ ଖାଦ୍ୟକୁ ହଜମ କରିଥାଏ। ଏହା ମଧ୍ୟ ପେଟରୁ ଫ୍ୟାଟ୍ କମ୍‌ କରିଥାଏ।

ତେଣୁ ଗାଜର, ଲେମ୍ବୁ ଓ ଅଦାକୁ ଏକାଠି ଗ୍ରାଇଣ୍ଡିଂ କରି ନିୟମିତ ପିଇବା ଦ୍ବାରା ମୋଟାପଣ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

Comments are closed.