ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା
ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ଜଣେ ଯୁବତୀଙ୍କ ସହ କଥା ହେଉଥିବାବେଳେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଭଦ୍ରକ କେଶରୀନଗରର ଅଞ୍ଜନ ବୋଲି ଜଣାପଡ଼ିଛି । ଯୁବତୀଙ୍କ ପୂର୍ବତନ ପ୍ରେମିକ ଯୁବକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ହି ଘଟଣା ପରେ ଯୁବତୀ ଓ ପୁରୁଣା ପ୍ରେମିକ ଫେରାର ହୋଇଯାଇଛନ୍ତିି । ହତ୍ୟା କରିଥିବା ଯୁବକ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
Comments are closed.