www.samajalive.in
Friday, December 5, 2025
26.1 C
Bhubaneswar

ନିର୍ବାଚନୀ ବଣ୍ଡକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତୀୟ ରାଜନୀତିରେ କଳାଧନର ପ୍ରଭାବକୁ ଦୂର କରିବା ପାଇଁ ନିର୍ବାଚନୀ ବଣ୍ଡ ପ୍ରଚଳନ କରାଯାଇଥିଲା । ନିର୍ବାଚନୀ ବଣ୍ଡ ଉପରେ ସୁପ୍ରମ୍‍କୋର୍ଟଙ୍କ ଆଦେଶକୁ ସେ ସମୂର୍ଣ୍ଣ ଭାବେ ସମ୍ମାନ କରନ୍ତି । କିନ୍ତୁ ନିର୍ବାଚନୀ ବଣ୍ଡକୁ ସମୂର୍ଣ୍ଣ ଉଚ୍ଛେଦ କରିବା ପରିବର୍ତ୍ତେ ଏଥିରେ ସଂସ୍କାର ହେବା ଉଚିତ ବୋଲି ଶାହା କହିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହା ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳର ନେତାମାନେ ନଗଦରେ ରାଜନୈତିକ ଚାନ୍ଦା ଗ୍ରହଣ କରୁଥିଲେ । କାରଣ ସେମାନେ ଦଳ ନାମରେ ମାତ୍ର ଅଳ୍ପ ପରିମାଣର ଚାନ୍ଦା ଜମା କରିଥିଲେ ଏବଂ ଅବଶିଷ୍ଟ ନିଜ ପକେଟରେ ରଖୁଥିଲେ ।
ମୋଟ ୨୦ହଜାର କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ମଧ୍ୟରୁ ବିଜେପିକୁ ପାଖାପାଖି ୬ହଜାର କୋଟି ଟଙ୍କା ମିଳିଛି । ୧୪ହଜାର କୋଟି ଟଙ୍କାର ବଣ୍ଡ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଟିଏମସିକୁ ୧୬୦୦କୋଟି, କଂଗ୍ରେସକୁ ୧୪୦୦କୋଟି, ବିଆରଏସକୁ ୧୨୦୦ କୋଟି, ବିଜେଡିକୁ ୭୫୦କୋଟି ଓ ଡିଏମକେକୁ ୬୩୯ କୋଟି ଟଙ୍କା ମିଳିଛି । ଶାହା କହିଛନ୍ତି ଯେ ୩୦୩ ସାଂସଦଙ୍କ ସତ୍ୱେ ବିଜେପିକୁ ୬ହଜାର କୋଟି ଟଙ୍କା ମିଳିଥିବା ବେଳେ ବାକି ୨୪୨ ସାଂସଦ ୧୪ହଜାର କୋଟି ଟଙ୍କା ପାଇଛନ୍ତି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି ଏହି ଦେଶରେ ବାରମ୍ବାର ନିର୍ବାଚନ ହୋଇଥାଏ ଏବଂ ଲୋକମାନେ ସେଥିପାଇଁ ନିର୍ବାଚନରେ ବ୍ୟସ୍ତ ରୁହନ୍ତି ଓ ବାରମ୍ବାର ଖର୍ଚ୍ଚ ହୋଇଥାଏ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories