www.samajalive.in
Sunday, December 7, 2025
13.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଇନଚାର୍ଜ, ସୁପରଭାଇଜରଙ୍କ ନିର୍ଦେଶରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ପଂଚାୟତର ପାଟଣାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୀର୍ଘଦିନ ହେବ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାର ଜଣାପଡିଛି l ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଜଣେ ସ୍ଥାୟୀ ଇନଚାର୍ଜ ନଥିବା ଯୋଗୁଁ ବେଗୁନିଆ ବ୍ଲକରେ ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଜଣେ ସ୍ଥାୟୀ ଇନଚାର୍ଜ ନଥିବା ଯୋଗୁଁ କର୍ମଚାରୀମାନେ ଏଠାରେ ଲଗାମଛଡ଼ା ହୋଇଯାଇଛନ୍ତି l ଫଳରେ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ଏଠାରେ ଏକପ୍ରକାର ବାଟବଣା ହୋଇଯାଇଛି l ସମ୍ପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବରିଷ୍ଠ ଇନଚାର୍ଜ ଡାକ୍ତରଙ୍କୁ ଖୋର୍ଦ୍ଧା ନିଆଯାଇ ଏବେ ସଦ୍ୟ ପ୍ରଥମ ନିଯୁକ୍ତି ପାଇଥିବା ଡାକ୍ତରମାନଙ୍କୁ ଇନଚାର୍ଜ ଦାଇତ୍ୱ ଦିଆଯାଉଛି l ଫଳରେ ସେମାନଙ୍କର କାର୍ଯ୍ୟ କରିବାର ଅଭିଜ୍ଞତା ନଥିବାଯୋଗୁ ସେମାନେ କୌଣସି କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିପାରୁ ନାହାନ୍ତି l ଏହାର ସୁଯୋଗ ନେଇ ଏଠାରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଥିବା କିଛି ପୁରୁଣା ମୂଷା ଇନଚାର୍ଜମାନଙ୍କୁ ସିଡ଼ିଏମଓଙ୍କ ଭୟ ଦେଖାଇ ବିଭିନ୍ନ ଅନୈତିକ କାର୍ଯ୍ୟ କରିବାରେ ସକ୍ଷମ ହେଉଛନ୍ତି l ବୋତଳମାରେ କାର୍ଯ୍ୟରତ ଜନୈକ ସୁପରଭାଇଜର ସିଡ଼ିଏମଓଙ୍କ ସହିତ ସମ୍ପର୍କ ଥିବା କହି ଇନଚାର୍ଜମାନଙ୍କ ଦ୍ୱାରା ବିଭିନ୍ନ ଅନୈତିକ କାର୍ଯ୍ୟ କରି ନିଜର ସ୍ୱାର୍ଥ ସାଧନ କରୁଛନ୍ତି l ସେ ନିଜ କାର୍ଯ୍ୟ ଠିକ ଭାବରେ ନକରି ଇନଚାର୍ଜ ଦାୟିତ୍ୱରେ ରହୁଥିବା ଡାକ୍ତରମାନଙ୍କୁ ହାତ କରି ନିଜ ସେକ୍ଟରରେ ନିଜର ଆକଚିଭମେଣ୍ଟ ମଧ୍ୟ କରୁନଥିବାର ଜଣାପଡିଛି l ଏପରିକି ସେ ଫିଲଡ଼କୁ ନଯାଇ ସବୁ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବସିରହି ଇନଚାର୍ଜଙ୍କ ଭଳି କାର୍ଯ୍ୟ କରୁଛନ୍ତି l ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ଏଏନଏମମାନଙ୍କୁ ସିଡ଼ିଏମଓଙ୍କ ନାମ କହି ଅସୁବିଧା ଜାଗାକୁ ଡେପୁଟେସନ କରି ଅର୍ଥ ଆଦାୟ କରୁଛନ୍ତି l ଏବେ ବେଗୁନିଆ ଉପକେନ୍ଦ୍ରରେ କାର୍ଯ୍ୟରତ ଏଏନଏମଙ୍କୁ ଡିଙ୍ଗର ଏବଂ ପୋଡାଡିହରେ କାର୍ଯ୍ୟରତ ଏଏନଏମଙ୍କୁ ବେଗୁନିଆକୁ ଡେପୁଟେସନ କରିବା ଘଟଣାକୁ ନେଇ ଏଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଏପରିକି କର୍ମଚାରୀମାନଙ୍କର ବିଭିନ୍ନ କାର୍ଯ୍ୟ ଯଥା ଜିପିଏଫ, ଇନକ୍ରିମେଣ୍ଟ, ଏରିଅର, ଛୁଟିମଂଜୁର ଏବଂ ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଆଦି ପାଇଁ ଖୋଲମଖୋଲା ଅର୍ଥ ଆଦାୟ କରାଯାଇ କର୍ମଚାରୀମାନଙ୍କୁ ଶୋଷଣ କରାଯାଉଛି l ସେହି  କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇ ବିଧାୟକ ରାଜେନ୍ଦ୍ରକୁମାର ସାହୁ ଅସନ୍ତୋଷ ପ୍ରକାଶ କରିବା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଉଚ୍ଚକର୍ତୃପକ୍ଷଙ୍କୁ ନିର୍ଦେଶ ଦେବେ ବୋଲି କହିଛନ୍ତି l ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ବିଶ୍ୱରଂଜନ ପତିଙ୍କୁ ପଚାରିବାରେ ସେ ସମ୍ପୃକ୍ତ ସୁପରଭାଇଜରଙ୍କ ନାମ ପଚାରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ ଥିବା ରହସ୍ୟର ତଦନ୍ତ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories