ଗ୍ରାମବାସୀଙ୍କ ସହଯୋଗରେ ମରାମତି ହେଲା ରାସ୍ତା, ସ୍ବାଭାବିକ ହେଲା ଗମନା ଗମନ ବ୍ୟବସ୍ଥା

ବେଗୁନିଆ: ବେଗୁନିଆ ଗ୍ରାମର ଜାଗିରିବାଡ଼ ଏବଂ ଓଡ଼ଗାଁ ମୌଜାର ମଧ୍ୟ ଭାଗରେ ଥିବା ଏକ ସରକାରୀ ରାସ୍ତା ଆଜକୁ ୩୦ ବର୍ଷ ହେବ ମରାମତି ଅଭାବରୁ ଗମନା ଗମନ ବନ୍ଦ ରହିଥିଲା ।ରାଜନୈତିକ ନେତା ଏବଂ ସରକାରୀ ଅଧିକାରୀମାନଙ୍କୁ ଜନସାଧାରଣ ଗୁହାରି କରିଥିଲେ ମଧ୍ୟ ରାସ୍ତା ମରାମତି କରାଯାଇ ପାରୁନଥିଲା। ବେଗୁନିଆ ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ କୁମାର ବଳିଆରସିଂହ ଏବଂ ୱାର୍ଡ ସଭ୍ୟ ମନୋରମା ସାହୁଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସହଯୋଗରେ ୩ ଦିନ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ କରାଯାଇଛି। ଜନସାଧାରଣ ଦୀର୍ଘଦିନ ପରେ ଏହି ରାସ୍ତା ଦେଇ ଏବେ ଯାତାୟାତ କରିପାରୁଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

kalyan agarbati

Comments are closed.