ବେଗୁନିଆ : ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେତରଜଙ୍ଗ ଯୁବକସଙ୍ଘ ଦ୍ୱାରା ଗ୍ରାମରେ ଥିବା ତ୍ରିନାଥ ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବାଦ ମେଳା ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ୧୫ବର୍ଷ ହେବ ଗ୍ରାମରେ ଯୁବକସଙ୍ଘ ଦ୍ୱାରା ନିୟମିତ ଏହି କାର୍ୟ୍ୟକ୍ରମ ଚାଲିଆସୁଥିବାବେଳେ ପ୍ରତିବର୍ଷ ଗର୍ଭଣା ସଂକ୍ରାନ୍ତି ଦିନ ଏହି ବାଦ ମେଳା ଅନୁଷ୍ଠିତ ହୋଇଥାଏ ।ଆଜିର ଏହି ବାଦ ମେଳାରେ ସିକୋର ଭଗବାନ ସ୍ୱାଇଁ ଏବଂ ରଣପୁର ରାଜନଗଡ଼ର ସୁକଦେଵ ବେହେରାଙ୍କ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ବିଜୟୀ ଦଳକୁ ୧୦୦୧ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥାଏ ।ଉକ୍ତ କାର୍ୟ୍ୟକ୍ରମକୁ ରମେଶ କୁମାର ସ୍ୱାଇଁ ,ଭୀମସେନ ଜୟସିଂ ଏବଂ ବୈକୁଣ୍ଠନାଥ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରମୋଦକୁମାର ସ୍ୱାଇଁ, ସୁରେନ୍ଦ୍ର ସେନାପତି ଏବଂ ଜ୍ଞାନେନ୍ଦ୍ର ଛୋଟରାୟ ପ୍ରମୁଖ ସହଯୋଗ କରିଥିଲେ ।
Popular Categories



