ଆଧାର ସହିତ ଭୋଟ ପରିଚୟପତ୍ର ସଂଯୋଗ ପାଇଁ ପ୍ରଶିକ୍ଷଣ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ପରିସରରେ ଥିବା ସଭା ଗୃହରେ ଗରୁଡ଼ ଆପ ମାଧ୍ୟମରେ କିଭଳି ଆଧାର ସହିତ ଭୋଟ ପରିଚୟ ପତ୍ର ସଂଯୋଗ କରାଯିବ ସେଥିପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ୟ୍ୟକ୍ରମରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ପ୍ରୋଜେକଟର ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା। ଗରୁଡ଼ ଆପ ରେ ୬ (ଖ)ଫର୍ମ କିପରି ପୂରଣ କରିବେ ଏବଂ ଆଧାର ସଂଯୋଗ କିପରି କରାଯିବ ସେ ବିଷୟରେ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ବ୍ୟତୀତ ୬ ନଂ ଫର୍ମ ରେ ନୂତନ ଭାବେ ହୋଇଥିବା ପରିବର୍ତନଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ଭୋଟର ତାଲିକାରୁ ଦୋହରା ଫଟୋ ପରିଚୟପତ୍ର ଥିବା ଭୋଟରଙ୍କୁ ତାଲିକାରୁ ବାଦ ଦେବା ପାଇଁ ପ୍ରତେକ ବିଏଲଓ ନିଜ ନିଜ ମୋବାଇଲରେ ଗରୁଡ଼ ଆପ ମାଧ୍ୟମରେ ସଂଯୋଗୀକରଣ କାର୍ଯ୍ୟକ୍ରମ କରିବେ। ଏଥିପାଇଁ ପ୍ରତେକ ଭୋଟରଙ୍କ ଠାରୁ ଆଧାର ନଂ ସଂଗ୍ରହ କରିବେ ଓ ଏହାକୁ ଆଗାମୀ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ର ରେ ବିଡ଼ିଓ ଲଷ୍ମୀଧର ସାହୁ, ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଓ ଅତିରିକ୍ତ ତହସିଲଦାର ମମତା ଦାସ ପ୍ରଶିକ୍ଷଣ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସୁପରଭାଇଜର ଶ୍ରୀନିବାସ ମିଶ୍ର, ପୁଲକ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ, ବସନ୍ତ କୁମାର ଜୟସିଂହ, ସୁଧାକର ସେଠୀ ଏବଂ ମାଧବ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ।

kalyan agarbati

Comments are closed.