ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଅନ୍ତର୍ଗତ ବଙ୍କାପୁର ଗ୍ରାମର ବିଷ୍ଣୁ ଚରଣ ବେହେରା ଏବଂ ସକୁନ୍ତଲା ବେହେରାଙ୍କ ୮ ବର୍ଷର ଝିଅ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଛି। ୮ ବର୍ଷ ତଳେ ଦିବ୍ୟାଙ୍ଗ ଝିଅ ତପସ୍ୟା ଜନ୍ମ ହୋଇଥିଲା। ଜନ୍ମ ପରଠୁ ମେରୁଦଣ୍ଡ ଠିକ ନ ଥିବା କାରଣରୁ ଶେଯରେ ପଡି ରହିଛି। କଥା କହିପାରୁ ନ ଥିବା ବେଳେ ଶେଯରେ ଝାଡା, ପରିଶ୍ରା କରୁଛନ୍ତି। ଏପରିକି ଖୁଆଇ ଦେଲେ ଖାଉଛନ୍ତି। ବାପା, ମା ଛୁଆର ଦେଖାରେଖାରେ ଲାଗି ଯାଉଥିବାରୁ ଅନ୍ୟାନ୍ୟ କାମ କରିବାରେ ଅସୁବିଧା ଦେଖାଦେଉଛି। ଯାହାଫଳରେ ପରିବାରରେ ରୋଜଗାର ମଧ୍ୟ ହୋଇ ପାରୁନାହିଁ। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦିବ୍ୟାଙ୍ଗ ତପସ୍ୟାଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରି ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି।
Popular Categories



