ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଥାନା ଅଧୀନ ବାଲିଓରା ଗାଁର କରୁଣାକର ଜେନା(୫୫)ଙ୍କୁ ୨ଟି ଭାଲୁ ସାଇକଲ ରୁ ଝାମ୍ପି କ୍ଷତାକ୍ତ କରି ଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ରେମୁଣା ଥାନା ସୋମନାଥପୁର ଅଂଚଳରେ ଥିବା ଏକ ଆଜବେଷ୍ଟ କାରଖାନାରୁ ଡ୍ୟୁଟି ସାରି ସାଇକଲ ଯୋଗେ କରୁଣାକର ଘରକୁ ଫେରୁଥିଲେ। ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ନିଶ୍ଚନ୍ଦପୁର ଛକଠାରେ ୨ଟି ଭାଲୁ ତାଙ୍କୁ ସାଇକଲ ରୁ ଝାମ୍ପି ନେଇ କ୍ଷତ ବିକ୍ଷତ କରି ଦେଇଛନ୍ତି। ଜୀବନ ବଞ୍ଚାଇବାକୁ ସମ୍ପୃକ୍ତ ଶ୍ରମିକ ଦୀର୍ଘ ସମୟ ଭାଲୁ ସହ ସଂଗ୍ରାମ କରିଥିଲେ। ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଅନ୍ୟ ଲୋକ ତଡ଼ି ବାରୁ ଭାଲୁ ମାନେ ନିକଟସ୍ଥ ଦେବଗିରି ପାହାଡ଼ କୁ ଦୌଡ଼ି ଥିଲେ। ଏହି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ଓ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବାଲେଶ୍ୱର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
Popular Categories



