www.samajalive.in
Tuesday, November 18, 2025
27.1 C
Bhubaneswar

ଭାଲୁ ଆକ୍ରମଣରେ ଜଣେ ମୃତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ସୀମାନ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ସାନ ପୁରୁଣାପାଣି ଗାଁର ଚାରପାଣି ସାହିର ଘନଶ୍ୟାମ ହେମ୍ବ୍ରମ(୪୭)ଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି। ବୁଧବାର ସକାଳୁ ନିଜ ବିଲବାଡି ଦେଖାଶୁଣା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ଘନଶ୍ୟାମ ପ୍ରାଣ ହରାଇଥିବା ଜଣାପଡିଛି। ଭାଲୁଟି ଘନଶ୍ୟାମଙ୍କ ମୁଣ୍ଡକୁ କାମୁଡି କ୍ଷତାକ୍ତ କରିବା ଦ୍ୱାରା ଘନଶ୍ୟାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବରପାଇ ଫରେଷ୍ଟର ଅନାଦି ଚରଣ ବାରିକ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଘଟଣାସ୍ଥଳରେ ଆନନ୍ଦପୁର ପୁଲିସ ପହଞ୍ଚି ମୃତଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆକ୍ରମଣ ଭୟ ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ବନ ବିଭାଗ ପକ୍ଷରୁ ନିୟମିତ ଭାବେ ପାଟ୍ରୋଲିଂ କରିବାକୁ ମନହୋରପୁର ପଞ୍ଚାୟତବାସୀ ଦାବୀ କରିଛନ୍ତି।

Hot this week

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି।...

Related Articles

Popular Categories