www.samajalive.in
Monday, December 8, 2025
16.1 C
Bhubaneswar

‘ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆସିଲେ ସ୍ୱାଗତ କରାଯିବ’: ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଓଏଚ୍‌ପିସି ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ(ଜେଡ଼୍‌କୋଲ୍‌) ଏବଂ ଜାତୀୟ ଜଳବିଦ୍ୟୁତ ନିଗମ (ଏନ୍‌ଏଚ୍‌ପିସି) ପଧ୍ୟରେ ରାଜ୍ୟରେ ସୌରଶକ୍ତି ଉତ୍ପାଦନ ନିମନ୍ତେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାପଣା ପତ୍ରକୁ ଜେଡ୍‌କଲ୍‌ ତରଫରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଜି. ଆର୍‌. ଦାଶ ଏବଂ ଏନ୍‌ଏଚ୍‌ପିସି ତରଫରୁ ନିର୍ବାହୀ ନିର୍ଦ୍ଦେଶକ ଆର୍‌.କେ. ଜୟସ୍ୱାଲ୍‌ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ତାଙ୍କ ମନ୍ତବ୍ୟ ରଖି କେନ୍ଦ୍ର ସରକାର ତାପଜ ବିଦ୍ୟୁତ ବଦଳରେ ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପରିବେଶୀୟ ପଞ୍ଜୁରି ପ୍ରଦାନକୁ ଅଗ୍ରାଧିକାର ଦେବା ଉପରେ ଚିନ୍ତା କରିବା ଆବଶ୍ୟକ । କାରଣ ତାପଜ କେନ୍ଦ୍ରରୁ ଥରେ ଧୂଆଁ ବାୟୁମଣ୍ଡଳକୁ ନିର୍ଗତ ହେଲେ ତାକୁ ଫେରେଇ ଅଣାଯାଇ ପାରିବ ନାହିଁ କିନ୍ତୁ ଜଳବିଦ୍ୟୁତ ଯୋଜନା ପାଇଁ କଟା ଯାଇଥିବା ବୃକ୍ଷ ସ୍ଥାନରେ ନୂତନ ବୃକ୍ଷ ରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କହିଥିଲେ। ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆଗେଇ ଆସିଲେ ତାକୁ ସ୍ୱାଗତ କରାଯିବ ବୋଲି ସେ ମତ ରଖିଥିଲେ । ଅକ୍ଷୟ ଶକ୍ତି ପ୍ରକଳ୍ପ ହୋଇଥିବା ହେତୁ ଏହା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଆବଶ୍ୟକତାକୁ ପୂରଣ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ଦିଗରେ ସର୍ବଦା ସମ୍ମତି ରହିଛି ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ । ଏ ନେଇ କ୍ୟାପ୍‌ଟେନ୍‌ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ଆର୍‌. କେ. ସିଂହଙ୍କ ସହ ପଧ୍ୟ ଫୋନଯୋଗେ ବାର୍ତ୍ତାଳାପ କରି କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ ।

- Advertisement -

ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ ରାଜ୍ୟର ପାଖାପାଖି ୧୨ ଗୋଟି ଜଳଭଣ୍ଡାରରେ ଭାସମାନ ଭାବେ ସ୍ଥାପିତ କରାଯିବ ଏବଂ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ପ୍ରାୟତଃ ୫୦୦ ମେଗାୱାଟ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ । ଏଥି ପାଇଁ ପ୍ରାରମ୍ଭିକ ଭାବେ ୨୫୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ପ୍ରାଥମିକ କାର୍ଯ୍ୟଠାରୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରାୟ ୭ରୁ ୮ ମାସ ସମୟ ଲାଗିବ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଢ ବର୍ଷ ପଧ୍ୟରେ ସରିବ ବୋଲି ଆକଳନ କରାଯାଇଛି । ଏହା ହେବ ଦେଶର ସର୍ବବୃହତ ପ୍ରକଳ୍ପ ଏବଂ ଏହା ବିଶେଷ ଭାବେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ସ୍ଥାପିତ ହେବ । ଏଥି ସହିତ ଏହା କାର୍ଯ୍ୟକାରୀ ହେଲେ ଏ କ୍ଷେତ୍ରରେପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଜଳଭଣ୍ଡାର ଉପରେ ଏହାର

ପ୍ୟାନେଲ୍‌ ସ୍ଥାପନ କରାଯିବା ଦୃଷ୍ଟିରୁ ଜମିର ବ୍ୟବହାର ବହୁମାତ୍ରାରେ ହ୍ରାସ ପାଇବ । ତା’ଛଡ଼ା ଜଳ ବାଷ୍ପୀକରଣକୁ ଏହା ରୋକିପାରିବ । ଏହି ପ୍ରକଳ୍ପକୁ ଓଡ଼ିଶା ରାଜ୍ୟ ଓ ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ଅଧୀନରେ ଯୁଗ୍ମ ଭାବେ କାର୍ଯ୍ୟକାରୀ କରାଯିବ । ଏହି ପ୍ରତିକ୍ଷିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ମଣିଷ ସମେତ ପରିବେଶ ଏବଂ ପୃଥିବୀ ପାଇଁ ବହୁ ସହଯୋଗୀ ହେବା ସହ ଦେଶର ଖାଦ୍ୟ ଓ ଶକ୍ତି ନିରାପତ୍ତାକୁ ସୁଦୃଢ କରିପାରିବ ।

ଆଜିର ଏହି କାର୍ଯ୍ୟକ୍ରମ ଜରିଆରେ ଭର୍ଚୁଆଲ ଭାବେ ଏକ ସଂକ୍ଷିପ୍ତ ଆୟୋଜିତ ହୋଇ ପ୍ରକଳ୍ପ ସମ୍ପର୍କରେ ବିଶେଷଜ୍ଞମାନେ ତାଙ୍କ ମତାମତ ଉପସ୍ଥାପନ କରିଥିଲେ । ଏଥିରେ ଶକ୍ତି ବିଭାଗ  ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ  ଧଳ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ, ଏନଏଚପିସିର ସ୍ବାଧିନ ନିର୍ଦ୍ଦେଶକ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ପ୍ରାଶସକ ବିବେକ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories