www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଚନ୍ଦ୍ରଶେଖରପୁର : ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଆଣିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭିତରକୁ ନଛାଡି ବାରଣ କରିଥିଲେ । ଏନେଇ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।  ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏହା ଭିତରେ ଗୁରୁତର ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯଦ୍ୱାରା ଘଟଣାସ୍ଥଳରେ ହସ୍ପିଟାଲର ଗେଟ ତାଲା ପକାଇବା ସହ ଭଙ୍ଗାରୁଜା କରି ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।
ସୂଚନାଯୋଗ୍ୟ ନିକଟ ପଣ୍ଡା ପାର୍କ ବସ୍ତିର ଚଞ୍ଚଳ ପ୍ରଧାନ ନାମକ ବ୍ୟକ୍ତି ରବିବାର ରାତିରେ ସମ୍ମୁଖ ରାସ୍ତା ଉପରେ ଏକ ଗାଡି ଧକ୍କାରେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ । ଖବର ପାଇ ବସ୍ତି ବାସିନ୍ଦା ଗୁରୁତର ଅବସ୍ଥାରେ ଚଞ୍ଚଳକୁ ହସ୍ପିଟାଲକୁ ଆଣିଥିଲେ । କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ମନା କରିବା ସହ ଭିତରକୁ ଭର୍ତ୍ତି କରିନଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଆହତ ଚଞ୍ଚଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ହସ୍ପିଟାଲ୍ ଘେରିବା ସହ ଏମର୍ଜେନ୍ସି ପ୍ରବେଶ ପଥରେ ଥିବା କବାଟରେ ଗାମୁଛା ବାନ୍ଧି ଲୋକେ କ୍ଷତି ପୂରଣ ଦାବି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ପୁଲିସ ତଦନ୍ତ ଜାରି ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories