ଭୁବନେଶ୍ବର ନୂଆ ଷ୍ଟେସନରେ ୪ ଟ୍ରେନ୍‌ର ଅତିରିକ୍ତ ରହଣି

ଭୁବନେଶ୍ବର :  ଭୁବନେଶ୍ୱର ନୂତନ ଷ୍ଟେସନରେ ୪ ରେଳ ଅତିରିକ୍ତ ରହଣି କରିବ। ବର୍ତ୍ତମାନ ସ୍ୱତନ୍ତ୍ର ରେଳ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ମେମୁ ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଆସନ୍ତା ୧୦ରୁ ରହଣି କରିବ। ପଲାସା-କଟକ-ପଲାସା ପାସେଞ୍ଜର ଏବଂ ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ରେଳ ଏହାର ସେବା ପୁନଃ ଆରମ୍ଭ କରିବା ପରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀରୁ ବାହାରୁ ଥିବା ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ୱର ନୂଆ ଷ୍ଟେସନଠାରେ ପୂର୍ବାହ୍ନ ୧୦.୫ମିନିଟରେ ପହଞ୍ଚିବ ଏବଂ ପୂର୍ବାହ୍ନ ୧୦.୬ମିନିଟରେ କଟକ ଅଭିମୁଖେ ଛାଡିବ। କଟକରୁ ଏହି ରେଳ ଅପରାହ୍ଣ ୫.୨୦ମିନିଟରେ ପହଞ୍ଚିବ ଏବଂ ଅପରାହ୍ଣ ୫.୨୧ମିନିଟରେ ପୁରୀ ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଭୁବନେଶ୍ୱର ନୂଆ ଷ୍ଟେସନରେ ଅପରାହ୍ଣ ୪.୫୪ ମିନିଟରେ ପହଞ୍ଚିବ ଏବଂ ଅପରାହ୍ଣ ୪.୫୫ମିନିଟରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ରେଳ ଭୁବନେଶ୍ୱର ନୂଆ ‌େ‌ଷ୍ଟସନରେ ପୂର୍ବାହ୍ନ ୧୦.୧୪ମିନିଟରେ ପହଞ୍ଚିବ ଏବଂ ପୂର୍ବାହ୍ନ ୧୦.୧୫ମିନିଟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ପଲାସା-କଟକ-ପଲାସା ପାସେଞ୍ଜର ଏବଂ ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ରେଳକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ରହଣି ପାଇଁ ସ୍ଥିର କରିଛି। ଏହି ରେଳଦ୍ବୟ ଚଳାଚଳ ପ୍ରାରମ୍ଭ କରିବା ପରେ ଭୁବନେଶ୍ୱର ନୂତନ ଷ୍ଟେସନରେ ଅତିରିକ୍ତ ରହଣି କରିବ। ପଲାସା-କଟକ-ପଲାସା ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନରେ ପୂର୍ବାହ୍ନ ୯.୫୪ମିନିଟରେ ପହଞ୍ଚିବ ଏବଂ ପୂର୍ବାହ୍ନ ୯.୫୫ମିନିଟରେ କଟକ ଅଭିମୁଖେ ଛାଡିବ। କଟକରୁ ଏହି ରେଳ ଭୁବନେଶ୍ୱର ନୂଆ ଷ୍ଟେସନଠାରେ ଅପରାହ୍ଣ ୪.୩୮ମିନିଟରେ ପହଞ୍ଚିବ ଏବଂ ଅପରାହ୍ଣ ୪.୩୯ମିନିଟରେ ପଲାସା ଅଭିମୁଖେ ଯାତ୍ରା କରିବ। ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନଠାରେ ପୂର୍ବାହ୍ନ ୧୦.୫୪ମିନିଟରେ ପହଞ୍ଚିବ ଏବଂ ପୂର୍ବାହ୍ନ ୧୦.୫୫ମିନିଟରେ ଖୋର୍ଦ୍ଧାରୋଡ଼ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧା ରୋଡ଼ରୁ ଏହି ରେଳ ବାହାରି ଭୁବନେଶ୍ୱର ନୂଆ ଷ୍ଟେସନରେ ଅପରାହ୍ଣ ୫.୨୯ମିନିଟରେ ପହଞ୍ଚିବ ଏବଂ ଅପରାହ୍ଣ ୫.୨୯ମିନିଟରେ ଖଡ଼ଗପୁର ଅଭିମୁଖେ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.