ଭୁବନେଶ୍ଵର: ଡମଣା ଛକରେ କାରରୁ ପଛରୁ ପିଟିଲା ହାଇଓ୍ବା। କାର ଡ୍ରାଇଭର ସହ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ଆଜି ସକାଳୁ ଭୁବନେଶ୍ଵର ସ୍ଥିତ ଡମଣା ଛକରେ ଏକ କାର୍ ରାସ୍ତା କଡରେ ଛିଡା ହୋଇଥିବା ବେଳେ ବିପରୀତ ଦିଗରୁ ଧ୍ରୁତ ଗତିରେ ଆସୁଥିବା ଏକ ମାଟି ବୋଝେଇ ହାଇଓ୍ବା ପିଟି ହୋଇଯାଇଥିଲା। ଫଳରେ କାର ଡ୍ରାଇଭର ସହ କିଛି ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣାରେ ହାଇଓ୍ବାଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପୁଲିସ ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



