www.samajalive.in
Saturday, December 6, 2025
26.1 C
Bhubaneswar

ମନ୍ଦିର ଓ ଖେଳପଡିଆ ନକଟରେ ଆବର୍ଜନା ଖାଦାନକୁ ବିରୋଧ

ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସହରର ଧାଇପୁର ପଞ୍ଚାୟତର ଖେଳପଡିଆ, ଧାନମଣ୍ଡି ଓ ଏକାଧିକ ମନ୍ଦିରର ନିକଟବର୍ତ୍ତୀ ସ୍ଥାନରେ ଅଳିଆ ଆବର୍ଜନା ଗଦା କରିବାକୁ ପଞ୍ଚାୟତବାସୀ ବିରୋଧ କରିଛନ୍ତି । ଗତ କିଛିଦିନ ହେବ ଆଠଗଡ ଏନଏସିର ଥିବା ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ସ୍ଥାନ ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ଏନଏସି ପକ୍ଷରୁ ଗତ ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ବର୍ଜ୍ୟବସ୍ତୁ ଓ ଆବର୍ଜନା ଖାଦାନ ପାଇଁ ସହରଠାରୁ କିଛି ଦୂରରେ ସରକାରୀ ଯାଗା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ଉପଯୁକ୍ତ ସ୍ଥାନ ନିରୂପଣ କରିପାରୁନାହାନ୍ତି । ଯେଉଁଠି ବି ସ୍ଥାନ ନିରୁପଣ ହେଉଛି ସେସବୁ ଅଂଚଳରେ ବିରୋଧାଭାସ ଦେଖାଯାଉଛି । ଏବେ ଧାଇପୁର ପଞ୍ଚାୟତରେ ଥିବା ଏକ ବିସ୍ତିର୍ଣ୍ଣ ସରକାରୀ ଯାଗାରେ ଏନଏସି ପକ୍ଷରୁ ଅଳିଆ ଆବର୍ଜନା ଗଦା କରିବା କାର୍ଯ୍ୟ ଚାଲିଥିଲା । ତେବେ ଗୁରୁବାର ଧାଇପୁର ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ଗତ ରାତିରେ ଆବର୍ଜନା ନେଇ ଯାଇଥିବା ଦୁଇଟି ହାଇୱା ଟ୍ରକକୁ ଅଟକାଇ ଭଙ୍ଗାରୁଜା କରିଥିଲେ । ଉକ୍ତ ଆବର୍ଜନା ଗଦା ସ୍ଥାନର ଚତୁର୍ପାର୍ଶ୍ୱରେ ଚାଷଜମି, ମାତ୍ର ୨୦୦ ମିଟର ଦୂରତା ମଧ୍ୟରେ ଧାନମଣ୍ଡି, ଖେଳପଡିଆ, ଏକାଧିକ ମନ୍ଦିର ଓ କିଛି ଲୋକଙ୍କ ଘରଦ୍ବାର ରହିଥିବାରୁ ଧାଇପୁର ସରପଞ୍ଚଙ୍କ ସମେତ ସମସ୍ତ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଅଳିଆ ଆବର୍ଜନା ଗଦା ହେବା ଦ୍ବାରା ସେଠାରେ ଏକ ର୍ଦୁଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି ଏବଂ ଭବିଷ୍ୟତରେ ତାହା ଅଞ୍ଚଳବାସୀଙ୍କ ପାଇଁ ରୋଗର କାରଣ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କର ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ସାହୁଙ୍କ ନେତୃତ୍ବରେ ବହୁ ଗ୍ରାମବାସୀ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଭେଟି ସେଠାରୁ ଆବର୍ଜନା ଖାଦାନ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ । ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଆଉ ଏକ ଉପଯୁକ୍ତ ସ୍ଥାନରେ ଆବର୍ଜନା ଗଦା ପାଇଁ ସ୍ଥାନ ନିରୂପଣ କରିବା ପରେ ସେଠାରେ ଗଦା ହୋଇଥିବା ଅଳିଆ ଆବର୍ଜନା ଉଠାଇ ନେବାକୁ ପ୍ରତିଶୃତି ଦେଇଥିଲେ । ତେବେ ଧାଇପୁର ଗ୍ରାମବାସୀଙ୍କ ଟ୍ରକ ଭଙ୍ଗାରୁଜାକୁ ଉପଜିଲ୍ଲାପାଳ ନାପସନ୍ଦ କରିବା ସହ ଏପରି ବେଆଇନ କାର୍ଯ୍ୟ ରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ଏନଏସିର ନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହା, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲି ଉପସ୍ଥିତ ଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories