www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାରେ ନିର୍ମାଣ ହେବ ଆଉ ୫ ବିମାନବନ୍ଦର: ୨ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦୁଇବର୍ଷ ମଧ୍ୟରେ ପ୍ରସ୍ତାବିତ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ଖୁବ୍‌ଶୀଘ୍ର ରନ୍‌ୱେ କ୍ୟାଟ ଟୁ ଲାଇଟ ନିର୍ମାଣ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ଭୁବନେଶ୍ବର ବିମାନବନ୍ଦର ଉପରେ ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଉଡାଣ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ବ୍ୟାପକ ଭାବେ କାମ କରାଯିବ। ଏହି ବିମାନ ବନ୍ଦରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ରୁ ୫୦ ଲକ୍ଷ ଯାତ୍ରୀ ଧାରଣ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ଲକ୍ଷକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖାଯାଇ ଥିବାବେଳେ ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟାନ୍ୟ ଯେଉଁ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ବର ବିମାନ ବନ୍ଦରର ଆକାର ଧୀରେ ଧୀରେ ବୃଦ୍ଧି କରାଯାଉଛି। ଆଗାମୀ ୧୦ରୁ ୨୦ ବର୍ଷକୁ ଲକ୍ଷ୍ୟ ରଖି ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ନିର୍ମାଣ ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆଗକୁ ଜାମ୍ମୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଭଳି ଦେଶର ଅନ୍ୟାନ୍ୟ ସ୍ଥାନକୁ ବିମାନ ସଂଯୋଗ କରିବାକୁ ଦାବି ଆସୁଛି, ଯାହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଚାରବିମର୍ଶ ଚାଲିଛି। ଓଡ଼ିଶାର ଝାରସୁଗୁଡ଼ାରେ ବିମାନ ବନ୍ଦର ଥିବାବେଳେ ଗତ ଦଶବର୍ଷ ମଧ୍ୟରେ ଉତ୍କେଲା, ଜୟପୁର, ରାଉରକେଲା ସହର ଆଞ୍ଚଳିକ ସଂଯୋଗ ମାଧ୍ୟମରେ ଆଗକୁ ବଢ଼ିଛି। ଆଞ୍ଚଳିକ ବିମାନ ବନ୍ଦରଗୁଡିକର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚେଷ୍ଟା ଚାଲିଛି। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ରହିଥିବାରୁ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ବିମାନ ବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳିସାରିଛି। ଆଗକୁ କାମ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରଣାଳୟ ସବୁପ୍ରକାର ସହଯୋଗ ଯୋଗାଇ ଦେବେ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ଆବଶ୍ୟକ ରହିଛି। ବିଜେପି ସରକାର ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଆବଶ୍ୟକ ଜମି ହସ୍ତାନ୍ତର କରିବାକୁ ପ୍ରସ୍ତୁତ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ବିକାଶକୁ କେହି ରୋକି ପାରିବେ ନାହିଁ। ଉଡାଣ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାରେ କିଛି ବିମାନ ବନ୍ଦର ନିର୍ମାଣ କରିଛନ୍ତି। ରାଜ୍ୟ ସରକାର ଲୋକଙ୍କୁ ସହଜରେ ବିମାନ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ଆଗାମୀ ଦିନରେ ଆଉ ୫ଟି ବିମାନ ବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେପରି ଢେଙ୍କାନାଳର ଆମ୍ବଗୋଲା ଏବଂ ବଲାଙ୍ଗିର ପାଟଣାଗଡରେ ବିମାନ ବନ୍ଦର ନିର୍ମାଣ ପ୍ରସ୍ତାବ ରହିଛି। ପୁରୀ ଏତେ ବଡ ପ୍ରସିଦ୍ଧ କ୍ଷେତ୍ର, ସେଠାରେ ଗୋଟିଏ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବା ଆବଶ୍ୟକତା ରହିଛି। ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଜାଗା ସ୍ଥିରୀକୃତ ହୋଇ ସାରିଛି। ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ନୂଆ ଟର୍ମିନାଲ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହୋଇ ସାରିଥିବା ବେଳେ ପରିବେଶ ମଞ୍ଜୁରି ମିଳି ସାରିଛି। ଆଗକୁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories