ଭୁବନେଶ୍ବର: ପଟିଆ ଛକରେ ଗାଈ କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଆ ଅଭିନେତ୍ରୀ ଲୁମରୈନା ଶତପଥୀ। ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁହଁରେ ଆଘାତ ଲାଗିଥିବାବେଳେ ନାକରୁ ରକ୍ତ ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏବଂ ତାଙ୍କ କାରଟି ମଧ୍ୟ ଭାଙ୍ଗି ଯାଇଛି। ରାସ୍ତାରେ ବୁଲା ଗାଈ ଗୋରୁ ଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଗାଡି ଅନ୍ୟ ଦିଗରେ ଚଲାଇ ନେବାକୁ ଚେଷ୍ଟା କରୁଥିଲେ। ତାଙ୍କ କାରଟି ଡିଭାଇଡର ଡେଇଁ ଏକ ଗଛରେ ପିଟି ହୋଇଯାଇଥିଲା।
ସେପଟେ ଅଭିନେତ୍ରୀ ଜଣକ ଆହତ ହୋଇଥିବା ବେଳେ ଗାଈଗୋରୁ କିନ୍ତୁ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣା ପରେ ଏକ ଭିଡିଓ ଜାରି କରି ରାସ୍ତାରୁ ବୁଲା ଗାଈ ଗୋରୁଙ୍କୁ ହଟାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ।



