www.samajalive.in
Monday, December 15, 2025
14.1 C
Bhubaneswar

ଆଜି ଏମ୍ସ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା ଲୋକାର୍ପଣ

ଭୁବନେଶ୍ବର : କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ବର ଏମ୍‌ସ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍‌ଘାଟନ କରିବେ। ଏହି ବ୍ୟବସ୍ଥା ଏମ୍‌ସ ଭୁବନେଶ୍ବରର ଗବେଷଣା କ୍ଷମତାକୁ ଏକ ନୂତନ ଶିଖରକୁ ନେବାର ସମ୍ଭାବନା ରଖିଛି। ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ, ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ଆଶାପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ।
ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ବହୁମୁଖୀ ଗ୍ୟାଷ୍ଟ୍ରୋନୋମି ବ୍ଲକ୍‌ର ଶିଳାନ୍ୟାସ କରିବେ। ଏହା ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ଜନସାଧାରଣଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ନେଇ ଯୋଜନା କରାଯାଇଛି। ଏହି ଆଧୁନିକ ଭିତ୍ତିଭୂମି ଗୋଟିଏ ଛାତ ତଳେ ବିବିଧ ସେବା ପ୍ରଦାନ କରିବାରେ ସହାୟକ ହେବ। ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍‌ସ ଭୁବନେଶ୍ବରର ଏକ ନୂତନ ୱେବ୍‌ସାଇଟ୍ ଉନ୍ମୋଚନ କରିବେ। ଏହି ୱେବସାଇଟ୍‌ରେ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ ନିମନ୍ତେ ବହୁ ବ୍ୟବସ୍ଥା ରହିଛି। ଏମ୍‌ସର ବିଭିନ୍ନ ସେବା ନେଇ ଲୋକେ ଏହା ମାଧ୍ୟମରେ ସୂଚନା ପାଇପାରିବେ। ଏହାବ୍ୟତୀତ ଇଏଚ୍‌ଏସ କ୍ଲିନିକ୍ ଏବଂ ଅମୃତ୍‌ ଫାର୍ମାସିକୁ ଉଦ୍‌ଘାଟନ କରିବେ ଶ୍ରୀ ନଡ୍ଡା। ଏହା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଏବଂ ସୁଲଭ ଔଷଧର ସୁଗମତାକୁ ଉନ୍ନତ କରିବ। ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍‌ସର ସାମଗ୍ରିକ ବିକାଶ ନେଇ ଏକ ବିଶେଷ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories